www.samajalive.in
Tuesday, December 9, 2025
16.1 C
Bhubaneswar

ଆସିଲା ‘ଅଲ୍‌ ଇଣ୍ଡିଆ ରାଙ୍କ୍‌’ର ଟ୍ରେଲର

ମୁମ୍ବଇ: ‘ଅଲ୍‌ ଇଣ୍ଡିଆ ରାଙ୍କ୍‌’ର ଟ୍ରେଲର ସୋମବାର ରିଲିଜ୍‌ ହୋଇଛି। ଅଭିନେତା ଭିକି କୌଶଲ ଚଳଚ୍ଚିତ୍ରର ଟ୍ରେଲର ଶେୟାର କରିଛନ୍ତି, ଯେଉଁଥିରେ ଆଇଆଇଟି ସିଟ୍‌ ହାସଲ କରିବାର ଦୌଡ଼ ଉପରେ ଆଧାରିତ ଏକ ସତ୍ୟା ଘଟଣାର ଝଲକ୍‌ ଦେଖିବାକୁ ମିଳିଛି। ସାକ୍ରେଡ୍ ଗେମ୍ସର ଲୋକପ୍ରିୟ ଲେଖକ ବରୁଣ ଗ୍ରୋଭରଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ର ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର।

ଟ୍ରେଲର ଏକ ସୁନ୍ଦର ଓ ଆକର୍ଷଣୀୟ ସ୍ବର ସହିତ ଆରମ୍ଭ ହେଉଛି। ଚଳଚ୍ଚିତ୍ରରେ ଜଣେ ଆଇଆଇଟିଆନଙ୍କ ଜୀବନର ବିଭିନ୍ନ ଦିଗ ପ୍ରଦର୍ଶିତ ହୋଇଛି। ପିତାମାତାଙ୍କ ଚାପଠାରୁ ଆରମ୍ଭ କରି ହଷ୍ଟେଲ ସଂସ୍କୃତି ଆପଣାଇବା ପର୍ଯ୍ୟନ୍ତ ଏହି କାହାଣୀର ଏକ ସୁନ୍ଦର ଝଲକ୍ ଟ୍ରେଲରରେ ଦେଖିବାକୁ ମିଳିଛି। ‘ଅଲ୍ ଇଣ୍ଡିଆ ରାଙ୍କ୍’ ହେଉଛି ଆଇଟିଆନ୍ ହେବାର ଏହି ଦୌଡ଼ରେ ଲଢେଇ କରୁଥିବା ପ୍ରତ୍ୟେକ କିଶୋରଙ୍କ କାହାଣୀ।

- Advertisement -

ଶ୍ରୀରାମ ରାଘବନଙ୍କ ଦ୍ବାରା ପ୍ରସ୍ତୁତ ‘ଅଲ୍‌ ଇଣ୍ଡିଆ ରାଙ୍କ୍‌’ ବରୁଣ ଗ୍ରୋଭରଙ୍କ ଦ୍ବାରା ଲିଖିତ ଓ ନିର୍ଦେଶିତ। ଏଥିରେ ବୋଧିସତ୍ତ୍ବ ଶର୍ମା, ସମତା ସୁଦୀକ୍ଷା, ଶଶି ଭୂଷଣ, ଗୀତା ଅଗ୍ରୱାଲ ଓ ଶୀବା ଚଢା ପ୍ରମୁଖ କଳାକାର ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଫେବୃୟାରୀ ୨୩ରେ ପ୍ରେକ୍ଷାଳୟକୁ ଆସିବ ଏହି ଚଳଚ୍ଚିତ୍ର।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories