www.samajalive.in
Saturday, December 6, 2025
26.1 C
Bhubaneswar

ସମଲେଇଙ୍କ ମହିମା ଉପରେ ବହୁଭାଷୀ ଚଳଚ୍ଚିତ୍ର; ‘ଜଏ ମାଁ ସମଲେଇ’ର ପୋଷ୍ଟର ଉନ୍ମୋଚନ ଓ ମହୁରତ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମହିମା ଉପରେ ପର୍ଯ୍ୟବେସିତ ଏକ ବହୁଭାଷୀ ଚଳଚ୍ଚିତ୍ର ‘ଜଏ ମାଁ ସମଲେଇ’ ନିର୍ମିତ ହେବ। ଦର୍ଶକଙ୍କୁ ‘ଭୁଖା’, ‘ଶଲାବୁଢ଼ା’ ଆଦି ସଫଳ ସିନେମା ଭେଟି ଦେଇଥିବା ସବ୍ୟସାଚୀ ମହାପାତ୍ର ଏହି ସିନେମାର ନି​ର୍ଦେଶନା ଦେବେ। ୧୫ରୁ ଊର୍ଦ୍ଧ୍ବ ଭାଷାରେ ଏହି ଚଳଚ୍ଚିତ୍ର କରାଯିବାକୁ ପ୍ରୟାସ ଚାଲିଥିବା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ବଲପୁରୀ, ଓଡ଼ିଆ, ସାନ୍ତାଳି, ଛତିଶଖଡ଼ି, ଝାଡ଼ଖଣ୍ଡି, ବଙ୍ଗଳା ଆଦି ପ୍ରାୟ ୭ଟି ଭାଷାରେ ନିର୍ମାଣ ପାଇଁ ଯୋଜନା ହୋଇସାରିଥିବା ନିର୍ଦେଶକ ଶ୍ରୀ ମହାପାତ୍ର କହିଛନ୍ତି। ଏହାର ସୁଟିଂ ସମ୍ବଲପୁର ସହ ଏପରିକି ମା’ଙ୍କ ମନ୍ଦିର ଥିବା ଛତିଶଗଡ଼, ଝାଡ଼ଖଣ୍ଡ ଆଦି ବିଭିନ୍ନ ଅଞ୍ଚଳରେ ହେବ। ପ୍ରଥମଥର ପାଇଁ ତିନୋଟି ପ୍ରଯୋଜକ ସଂସ୍ଥା ସନଲିସା ସିଗନେଚର ଫିଲ୍ମସ, ସିରିଡି ସାଇବାବା ମୁଭିଜ୍‌ ଏବଂ ନ୍ୟୁ ଜେନେରେସନ ଫିଲ୍ମସ ଏହି ବହୁଭାଷୀ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ବୋଲି ପ୍ରଯୋଜକ ସନଲିସା ପଟେଲ ମତବ୍ୟକ୍ତ କରିଛନ୍ତି। ଏବେ ପ୍ରି-ପ୍ରଡକ୍ସନ କାମ ଆରମ୍ଭ ହୋଇଯାଇଥିବାବେଳେ ଶୀଘ୍ର ସୁଟିଂ ଆରମ୍ଭ ହେବ। ସ୍କ୍ରିପ୍ଟ କାମ ସରିଥିବାବେଳେ ଏହା ବଳିଷ୍ଠ ହୋଇଛି। ‘ଜୟ ଜଗନ୍ନାଥ’ ଚଳଚ୍ଚିତ୍ର ୧୫ଟି ଭାଷାରେ ହୋଇଥିଲା। ଯଦି ମା’ଙ୍କ କୃପା ରହେ ଗୋଟିଏ ଦୁଇଟି ଅଧିକ ଭାଷାରେ ଏହା ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। ଚଳଚ୍ଚିତ୍ରଟି ବର୍ଷକ ମଧ୍ୟରେ ରିଲିଜ କରିବାକୁ ଯୋଜନା ରହିଥିବା ଜଣାପଡ଼ିଛି।

ଗୁରୁବାର ପୂର୍ବାହ୍ନରେ ସମଲେଶ୍ବରୀ ମନ୍ଦିର ପରିସରରେ ଏହି ବହୁଭାଷୀ ଚଳଚ୍ଚିତ୍ର ‘ଜଏ ମାଁ ସମଲେଇ’ର ପୋଷ୍ଟର ଉନ୍ମୋଚନ ଓ ମହୁରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ମାଁ ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରାଯାଇଥିଲା। ନିର୍ଦେଶକ ସବ୍ୟସାଚୀ ମହାପାତ୍ର, ତିନି ପ୍ରଯୋଜକ ସନଲିସା ପଟେଲ, ପ୍ରଣୟ ଜେଠି ଓ କୁମାର ଚୋଳଗଙ୍ଗଦେବ ମହାପାତ୍ରଙ୍କ ସହ ସୁଶାନ୍ତ ମହାପାତ୍ର, ମଣ୍ଟୁ ମହାପାତ୍ର, ସଞ୍ଜୟ ପଟେଲ, ଅଭିନେତ୍ରୀ ତପସ୍ବିନୀ ଗୁରୁ, ଜିତେନ୍ଦ୍ର ହୋତା, ଦୁବାଇରୁ ପ୍ରୀତିଶ ରଞ୍ଜନ ଦାଶ, ଅରବିନ୍ଦ ମହାପାତ୍ର, ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ, ଅର୍ଜୁନ ରଞ୍ଜନ ପଣ୍ଡା, ହେମନ୍ତ ମହାପାତ୍ର, ଡଃ ପରେଶ ଚନ୍ଦ୍ର ଦାନୀ, ଡଃ ମୁରଲୀଧର ପ୍ରେମରାଜ ନାୟକ, ରାମାନୁଜ ପଣ୍ଡା, ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ କୁମାର ବାବୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories