www.samajalive.in
Thursday, December 11, 2025
23.1 C
Bhubaneswar

‘କୁଛ୍ ଖଟ୍ଟା ହୋ ଯାଏ’ ଜରିଆରେ ବଲିଉଡ଼ରେ ପାଦ ଥାପିବେ ଗୁରୁ ରନ୍ଧାୱା; ଆସିଲା ଟିଜର୍‌

ମୁମ୍ବଇ: ଲୋକପ୍ରିୟ ଗାୟକ ଗୁରୁ ରନ୍ଧାୱା ‘କୁଛ୍ ଖଟ୍ଟା ହୋ ଯାଏ’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ଼ରେ ପାଦ ଥାପିବାକୁ ଯାଉଛନ୍ତି। ମଙ୍ଗଳବାର ଏହାର ଟିଜର୍‌ ରିଲିଜ୍‌ ହୋଇଛି। ଏଥିରେ ସେ ଏକ ଅଜବ ପ୍ରେମ କାହାଣୀରେ ପ୍ରାଗଳ ପ୍ରେମୀ ସାଜିଥିବା ନଜର ଆସିଛନ୍ତି। ଟିଜରରେ ଗୁରୁ ରନ୍ଧାୱାଙ୍କ ସହ ସାଇ ମାଞ୍ଜରେକରଙ୍କୁ ଦେଖିବାକୁ ମିଳିଛି। ସେ ଏଥିରେ ନାୟିକା ଭାବେ ଅଭିନୟ କରିଛନ୍ତି। ଗୁରୁ ରନ୍ଧାୱା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଟିଜର ରିଲିଜ୍‌ ବିଷୟରେ ସୂଚନା ଦେଇଛନ୍ତି।


ଅଭିନେତା ଅନୁପମ ଖେର ମଧ୍ୟ ଏହି ଫିଲ୍ମରେ ଅଭିନୟ କରିଛନ୍ତି। ଟିଜରରେ ତାଙ୍କ ଝଲକ୍‌ ଦେଖିବାକୁ ମିଳିଛି। ଗୁରୁ ରନ୍ଧାୱାଙ୍କ ପ୍ରଶଂସକ ଓ ସାମାଜିକ ଗଣମାଧ୍ୟମ ୟୁଜର ଟିଜର ଦେଖି ବେଶ୍‌ ସକରାତ୍ମକ ପ୍ରତିକ୍ରିୟା ଦେଉଛନ୍ତି। ଏଥିସହ ବଲିଉଡ଼ରେ ପାଦ ଥାପିବା ନେଇ ଶୁଭେଚ୍ଛା ଜଣାଇଛନ୍ତି। ଫେବୃଆରୀ ୧୬ରେ ପରଦାକୁ ଆସିବ ‘କୁଛ୍ ଖଟ୍ଟା ହୋ ଯାଏ’।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories