ମ.ରାମପୁର : ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ବ୍ୟକ୍ତିଙ୍କ ପାଇଁ ବିପଦ ସମୟରେ ମାନବିକତା ଦେଖାଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର। କଳାହାଣ୍ଡି ଜିଲ୍ଲା ମ.ରାମପୁର ନିକଟସ୍ଥ ସେରଗଡ ତାରିଣୀ ମନ୍ଦିର ନିକଟରେ ଏକ ବାଇକ୍ ଓ ସାଇକେଲ ଆରୋହୀଙ୍କ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର ସେହି ରାସ୍ତାରେ ଯାଉଥିବା ବେଳେ ଲୋକ ରୁଣ୍ଡ ହୋଇଥିବା ଦେଖି ଅଟକିଥିଲେ। ଦୁର୍ଘଟଣାରେ ଗୁରୁତର ଆହାତ ହୋଇଥିବା ସାଇକେଲ ଆରୋହୀଙ୍କ ପାଇଁ ଶୀଘ୍ର ଆମ୍ବୁଲାନ୍ସର ବନ୍ଦୋବସ୍ତ ହୋଇପାରିନଥିଲା । ତେଣୁ ଶ୍ରୀ ଠାକୁର ତାଙ୍କ ନିଜ ଗାଡିରେ ଆହତଙ୍କୁ ନେଇ ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଆହତ ବ୍ୟକ୍ତି ଜଣକ ମୁଡିଂ ପଞ୍ଚାୟତ ଡଙ୍ଗା ପଟା ଗାଁର ପଙ୍କଜ ମାଝି ବୋଲି ଜଣାପଡିଛି। ବାଇକ୍ ସହିତ ଦୁର୍ଘଟଣା ଯୋଗୁଁ ତାଙ୍କ ମୁଣ୍ଡରେ ଏବଂ ଅଣ୍ଟାରେ ଆଘାତ ହୋଇଛି । ଶ୍ରୀ ଠାକୁରଙ୍କର ଏଭଳି କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି ।
ଦୁର୍ଘଟଣା ; ସାଇକେଲ ଆରୋହୀଙ୍କ ପାଇଁ ଦେବଦୂତ ସାଜିଲେ ଡବ୍ଳୁଓଡିସି ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର
Popular Categories



