www.samajalive.in
Monday, December 8, 2025
27.1 C
Bhubaneswar

ଦୃଢ ମନୋବଳ ଆଗରେ ହାର ମାନିଛି ବୟସ

ପାତ୍ରପୁର: ବୟସ ୮୦ ଛୁଇଁଲାଣି, ତଥାପି ସକାଳୁ ରାତି ପର୍ଯ୍ୟନ୍ତ ଘରେ ପାହୁରାଣୀରେ ଶସ୍ୟ କୁଟିବାଠାରୁ ଆରମ୍ଭ କରି ଜମିରେ କାମ କରି ଫସଲ ଅମଳ କରୁଛନ୍ତି ଜଣେ ଆଦିବାସୀ ମହିଳା। ମହିଳା ଜଣକ ହେଉଛନ୍ତି ପାତ୍ରପୁର ବ୍ଳକ ଦୁର୍ଗମ ବୁରାତାଲ ପଞ୍ଚାୟତ ମହାଳିମ୍ବ ଗ୍ରାମର ସେଣ୍ଡାଇ କାର୍ଜି। ସେଣ୍ଡେଇଙ୍କୁ ଏବେ ୮୦ ବର୍ଷ ବୟସ। ତଥାପି ସେ ପ୍ରତି କାର୍ଯ୍ୟରେ ଆଗଭର ହୋଇ କାମ କରୁଛନ୍ତି। ଯାହାକି ଅନ୍ୟମାନଙ୍କୁ ପ୍ରେରଣା ପ୍ରଦାନ କରୁଛି। ଦୀର୍ଘ ବର୍ଷ ପୂର୍ବେ ତାଙ୍କ ସ୍ବାମୀ ଜୁର କାର୍ଜିଙ୍କ ମୃତ୍ୟୁ ହୋଇଥିଲା। ତେବେ ସେ ଭାଙ୍ଗି ନଯାଇ ନିଜ ଝିଅକୁ ବଡ଼ କରିବା ସହ ବିବାହ ଦେଇଥିଲେ। ତେବେ ନିୟମିତ ସ୍ବାମୀ କରିଥିବା ବଗଡ(ପାହାଡ଼ ଜମି)ରେ କାଙ୍ଗୁ, ଜହ୍ନା, ତିଶି, ଶୁଆଁ, କାଲ, ମାଣ୍ଡିଆ ଘର ପାଖ ଜମିରେ ଧାନ ପ୍ରଭୃତି ଫସଲ କରି ଜୀବିକା ନିର୍ବାହ କରୁଛନ୍ତି। ଅମଳ ପରେ ବିଭିନ୍ନ ଶସ୍ୟକୁ ସୁଖାଇ ଘର ମଧ୍ୟରେ ମାଟିରେ କୁଟୁଣି ପୋତି ସେଥିରେ ଶସ୍ୟ ପକାଇ ପାହୁରାଣୀରେ କୁଟି ଚାଉଳ ଚୂନା ପ୍ରସ୍ତୁତ କରି ରୋଷେଇ କରୁଛନ୍ତି। ତେବେ ଗତକିଛି ବର୍ଷ ହେଲା ମାଟିରେ ଗର୍ତ୍ତ ଥିବା ପଥର କୁଟୁଣି ପୋତିବା ବଦଳରେ କାଠ ଗଣ୍ଡିରେ କୁଟୁଣି ପୋତି ଅମଳ କରୁଛନ୍ତି। ଏହି ଗ୍ରାମ ସହିତ ଜଙ୍ଗଲ ଘେରା ମଧ୍ୟରେ ଥିବା ଅନେକ ଗ୍ରାମର ଲୋକମାନେ ଆଦାୟ ଜିନିଷରୁ ଚୂନା ଚାଉଳ ପ୍ରସ୍ତୁତ ପାଇଁ ପାହାଡ଼ ତଳକୁ ଆଣି ମିଲକୁ ନେବା ଅସୁବିଧା ଯୋଗୁଁ ବହୁ ବର୍ଷ ପୂର୍ବରୁ ଘରେ ଆଦାୟ କରୁଛନ୍ତି। ତେବେ ସେଣ୍ଡେଇଙ୍କର ପୁଅ ନଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଏବେ ତାଙ୍କରି ଜମିରେ ମୂଳା, କୋବି, କଲରା, ଟମାଟୋ, ଲଙ୍କା ଆଦି ଫସଲ ଲଗାଇଛନ୍ତି। ରାତି ପାହିଲେ ସେ ଏହି ଜମିକୁ ଯାଇ କୋଡା ଖୋଷା କରିବା ସହିତ ପନିପରିବା ତୋଳି ଆଣୁଛନ୍ତି। ଏତେସବୁ କାମ କରି ମଧ୍ୟ ସେ କେବେ ଥକି ନଥିବା ପ୍ରକାଶ କରୁଥିବା ବେଳେ ବୟସ ତାଙ୍କରି କ୍ଷେତ୍ରରେ ହାର ମାନିଥିବା ସ୍ପଷ୍ଟ ପରିଲକ୍ଷିତ ହୋଇଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories