www.samajalive.in
Monday, December 8, 2025
27.1 C
Bhubaneswar

ନ୍ୟୁଜିଲାଣ୍ଡ ୨-୧ରେ ଟେଷ୍ଟ ସିରିଜ ଜିତିଲା

ଆବୁ ଧାବି : ନ୍ୟୁଜିଲାଣ୍ଡ ଏଠାରେ ଚାଲିଥିବା ତୃତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ପାକିସ୍ତାନକୁ ୧୨୩ ରନରେ ପରାସ୍ତ କରିଛି। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ତିନିଟିକିଆ ସିରିଜକୁ ୨-୧ରେ ହାତେଇ ନେଇଛି। ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‍ ୱିଲିୟମସନ ‘ପ୍ଲେୟାର ଅଫ୍‍ ଦି ମ୍ୟାଚ’ ଓ ପାକିସ୍ତାନର ଲେଗ୍‍ ସ୍ପିନର ୟାସିର ଶାହା ‘ପ୍ଲେୟାର ଅଫ୍‍ ଦି ସିରିଜ’ ବିବେଚିତ ହୋଇଛନ୍ତି।
ପ୍ରଥମ ଇନିଂସରେ ୭୪ ରନରେ ପଛୁଆ ଥିବା ନ୍ୟୁଜିଲାଣ୍ଡ ପୂର୍ବଦିନ ସ୍କୋର ୪/୨୭୨ ରନରୁ ପଞ୍ଚମ ଦିନର ଖେଳ ଆରମ୍ଭ କରିଥିଲା। କେନ୍‍ ୱିଲିୟମସନଙ୍କ ୧୩୯ ଓ ହେନେରି ନିକୋଲ୍‍ସଙ୍କ ଅପରାଜିତ ୧୨୬ ରନ ସହାୟତାରେ ୭ ୱିକେଟରେ ୩୫୩ ରନ କରି ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସ ପାଳି ସମାପ୍ତି ଘୋଷଣା କରିବା ସହ ପାକିସ୍ତାନ ସମ୍ମୁଖରେ ୨୮୦ ରନ୍‍ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ପାକିସ୍ତାନ ପକ୍ଷରୁ ୟାସିର ଶାହା ୪ଟି ଓ ସାହିନ ଶାହା ଆଫ୍ରିଦି ୨ଟି ୱିକେଟ ଅକ୍ତିଆର କରିଥିଲେ।
୨୮୦ ରନ୍‍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପାକିସ୍ତାନ ଏକଦା ୫୫ ରନରେ ୫ଟି ୱିକେଟ ହରାଇ ବିପର୍ଯ୍ୟୟର ସମ୍ମୁ୍‍ଖୀନ ହୋଇଥିଲା। ମହମ୍ମଦ ହଫିଜ୍‍ ୮, ଆଜାର ଅଲ୍ଲୀ ୫, ହାରିସ ସୋହେଲ ୯, ଆସାଦ ସଫିକ୍‍ ୦ ଓ ଇନାମ ଉଲ ହକ୍‍ ୨୨ ରନ କରି ପ୍ୟାଭିଲିୟନ ଫେରିଯାଇଥିଲେ। ତେବେ ବାବର ଆଜମ ୫୧ ଓ ଅଧିନାୟକ ସର୍ଫରାଜ ଅହମ୍ମଦ ୨୮ ରନ କରିବା ଫଳରେ ପାକିସ୍ତାନ ଦ୍ୱିତୀୟ ଇନିଂସରେ ୧୫୬ ରନରେ ଅଲଆଉଟ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍‍ ସାଉଦି, ଏଜାଜ୍‍ ପଟେଲ ଓ ୱିଲିୟମ ସୋମରଭିଲ୍ଲେ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories