www.samajalive.in
Sunday, December 7, 2025
23.1 C
Bhubaneswar

ପଳାତକ, ଅର୍ଥନୈତିକ ଅପରାଧୀମାନଙ୍କୁ ଦେଶକୁ ଆଣିବା ପାଇଁ ସରକାର ଉଦ୍ୟମ କରୁଛନ୍ତି : ମୋଦୀ

ନୂଆଦିଲ୍ଲୀ : ଦେଶଛାଡି ପଳାଉଥିବା ଅର୍ଥନୈତିକ ଅପରାଧୀମାନଙ୍କୁ ବିଦେଶରେ ଯେଭଳି ନିରାତ୍ତା ଓ ଆଶ୍ରୟ ନ ମିଳିବ, ସେଥିଲାଗି ଭାରତର ଉଦ୍ୟମ ସଫଳ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶାବ୍ୟକ୍ତ କରିଛନ୍ତି। ଅର୍ଥନୈତିକ ଅପରାଧୀ, ପଳାତକମାନଙ୍କୁ ବିଶ୍ୱରେ କୌଣସି ସ୍ଥାନରେ ଯେପରି ଆଶ୍ରୟ ଦିଆ ନ ଯିବ, ତାହାକୁ ନିଶ୍ଚିତ କରିବା ପାଇଁ ଭାରତ ଅର୍ନ୍ତଜାତୀୟ ସମୁଦାୟ ଆଗରେ କେତେକ ପ୍ରସ୍ତାବ ରଖିଛି। ନୂଆଦିଲ୍ଲୀରେ ‘ଦୈନିକ ଜାଗରଣ ଗ୍ରୁପ’ ପକ୍ଷରୁ ଆୟୋଜିତ ଜାଗରଣ ଫୋରମ୍‍ରେ ଉଦବୋଧନ ଦେଇ ଶ୍ରୀ ମୋଦୀ ଏହା କହିଛନ୍ତି। ସେ କହିଛନ୍ତି, ଆର୍ଜେଣ୍ଟିନାରେ ସମ୍ପ୍ରତି ଶେଷ ହୋଇଥିବା ଜି-୨୦ ବୈଠକରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରଗୁଡିକ ଆଗରେ ଭାରତର ଆଭିମୁଖ୍ୟ ଉପସ୍ଥାପନ କରାଯାଇଛି।
ବିଜୟ ମାଲ୍ୟା, ମେହୁଲ୍‍ ଚୋକ୍‍ସୀ ଏବଂ ନୀରବ ମୋଦିଙ୍କ ସମେତ ବ୍ୟାଙ୍କ ଠକେଇ କରିଥିବା ପଳାତକ ମାନଙ୍କୁ ଦେଶକୁ ଆଣିବା ପାଇଁ ସରକାର ଉଦ୍ୟମ କରୁଥିବା ଶ୍ରୀ ମୋଦୀ କହିଛନ୍ତି। ପଳାତକ, ଅର୍ଥନୈତିକ ଅପରାଧୀମାନଙ୍କୁ ସମ୍ପୂର୍ଣ୍ଣଭାବେ ଦମନ କରିବା ପାଇଁ ଦୃଢ ଓ ସକ୍ରିୟ ସହଯୋଗ ପାଇଁ ଭାରତ ଜି-୨୦ ରାଷ୍ଟ୍ରଗୁଡିକୁ ୯ଦଫା ସମ୍ବଳିତ ପ୍ରସ୍ତାବ ଦେଇଛି। ପଳାତକ, ଅର୍ଥନୈତିକ ଅପରାଧୀମାନଙ୍କୁ କୌଣସି ଦେଶରେ ପ୍ରବେଶ ଏବଂ ଆଶ୍ରୟ ନ ଦେବା ପାଇଁ ଏକ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ଜି-୨୦ ରାଷ୍ଟ୍ରଗୁଡିକ ମଧ୍ୟରେ ମିଳିତ ଉଦ୍ୟମ ପାଇଁ ଭାରତ ଆହ୍ୱାନ ଜଣାଇଛ ବୋଲି ଶ୍ରୀ ମୋଦୀ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories