ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ: ୧୮ଟି ଟିମ୍ ନିୟୋଜିତ
ବ୍ରହ୍ମଗିରି: ଶନିବାର ସକାଳ ୬ଟାରୁ ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ ହୋଇଛି। ମୋଟ୍ ୧୮ଟି ଟିମ୍ ଚିଲିକାରେ ଗଣନା କରୁଛନ୍ତି। ଚିଲିକାକୁ ୪ଟି ଅଞ୍ଚଳରେ ବିଭକ୍ତ କରାଯାଇ ଗଣନା ଚାଲିଛି। ସେଣ୍ଟ୍ରାଲ ସେକ୍ଟରରେ ୬ଟି ଟିମ୍ , ସାଉଥ୍ ସେକ୍ଟରରେ ୪ଟି ଟିମ୍, ନର୍ଥାଲ ସେକ୍ଟରରେ ଗୋଟିଏ ଏବଂ ଆଉଟର୍ ଚ୍ୟାନେଲରେ ୭ଟି ଟିମ୍ ଗଣନା କରିବେ । ଦିନ ୧୨ଟା ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଚାଲିବ । ପ୍ରତ୍ୟେକ ଟିମରେ ୮ରୁ ୧୦ ଜଣ ସଦସ୍ୟ ସାମିଲ ରହିଥିବା ଜଣାପଡିଛି।
ବାଇନାକୁଲାର ଏବଂ ଜିପିଏସ୍ ଟ୍ରାକିଂ ଦ୍ବାରା ଗଣନା କାର୍ଯ୍ୟ କରାଯାଉଛି। ବନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ମୋଟର ବୋଟ୍ ସଂଘ, ଡଲଫିନ ବିଶେଷଜ୍ଞ ଓ ସ୍ୱେଚ୍ଛାସେବୀଙ୍କୁ ଏଥିଲାଗି ପ୍ରଶିକ୍ଷଣ ଦିଆଯାଇଛି। ଗଣତି ସମୟରେ ଚିଲିକାରେ ଭସାପୋଲ, ଘାଟଡ଼ଙ୍ଗା ଓ ଟ୍ୟୁରିଷ୍ଟ ଡ଼ଙ୍ଗା ଚଳାଚଳ ବନ୍ଦ ରହିବ। ସେହିପରି କେନ୍ଦ୍ରପଡ଼ା ଗହୀରମଥାରେ ମଧ୍ୟ ଡଲଫିନ ଗଣନା ହେଉଛି। ୯ଟି ଟିମ୍ ୩ ଦିନ ଧରି ଏହି ଅଞ୍ଚଳରେ ଡଲଫିନ ଗଣନା କରୁଛନ୍ତି। ପ୍ରତି ଟିମ୍ ରେ ୩ରୁ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି।
Comments are closed.