www.samajalive.in
Sunday, December 7, 2025
16.1 C
Bhubaneswar

ମକର ସଂକ୍ରାନ୍ତି ପାଇଁ ଧବଳେଶ୍ୱର ପୀଠରେ ଅସମ୍ଭାଳ ଭିଡ଼

ଗୁରୁଡ଼ିଝାଟିଆ: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ମକର ସଂକ୍ରାନ୍ତି ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପ୍ରଭୁଙ୍କ ଦର୍ଶନ ଓ ପୂଜା ପାଇଁ ଭୋର ୫ଟାରୁ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଭିଡ଼ ଲଗାଇଥିଲେ। ଶ୍ରଦ୍ଧାଳୁଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଚୌଦ୍ୱାର ଏସଡିପିଓ ଉମାକାନ୍ତ ରାଜ, ସ୍ଥାନୀୟ ଥାନା ଅଧିକାର ସୁମନ୍ତ କିସାନ ଓ ଫୋର୍ସମାନେ ସହାୟତା କରିଥିଲେ। ଭୋର ୪ଟାରୁ ମକର ସଂକ୍ରାନ୍ତି ପାଇଁ ପ୍ରଭୁଙ୍କ ପହଡ ଖୋଲାଯାଇ ଆଳତୀ, ଧୂପ, ସ୍ନାନ, ନୀତିକାର୍ଯ୍ୟ ସଂପନ୍ନ ପରେ ଖେଚୁଡି ଭୋଗ ଅର୍ପଣ କରାଯାଇଥିଲା। ଭୋର ୫ଟାରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ସୋମବାର ଭୋରରୁ ଦେବୋତ୍ତର ସୁପରଭାଇଜର ଭବାନୀଶଙ୍କର ପଣ୍ଡାଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ନୀତିପାଳିଆ ଭୀମସେନ ପତ୍ରୀ ପ୍ରଭୁଙ୍କ ନୀତିକାର୍ଯ୍ୟ ସଂପନ୍ନ କରିଥିଲେ। ଅପରାହ୍ନ ୧ଟାରେ ମକର ଭୋଗ ପ୍ରଭୁଙ୍କୁ ଅର୍ପଣ କରାଯାଇଥିଲା। ଅପରାହ୍ନ ୩ଟାରେ ପ୍ରଭୁଙ୍କ ଚଳନ୍ତି ପ୍ରତିମାକୁ ବେଢ଼ା ପରିକ୍ରମା କରାଯାଇଥିଲା। ଯାହାକୁ ଶ୍ରଦ୍ଧାଳୁମାନେ ମନଭରି ଦର୍ଶନ କରିଥିଲେ।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories