www.samajalive.in
Tuesday, December 9, 2025
17.1 C
Bhubaneswar

ଅଯୋଧ୍ୟାରେ ଘର କରିବେ ବିଗ୍‌ ବି? କିଣିଲେ ୧୦ହଜାର ବର୍ଗଫୁଟ ଜମି, ଦାମ୍‌ ଶୁଣି ଚମକି ପଡ଼ିବେ

ଅଯୋଧ୍ୟା: ବଲିଉଡ଼ ବିଗ୍ ବି ଅମିତାଭ ବଚ୍ଚନ ଖୁବଶୀଘ୍ର ରାମନଗରୀରେ ଏକ ଘର ନିର୍ମାଣ କରିପାରନ୍ତି। ଏଥିପାଇଁ ସେ ଅଭିନନ୍ଦନ ଲୋଢା ଗ୍ରୁପ୍ ମାଧ୍ୟମରେ ଜମି କିଣିଛନ୍ତି। ଅଭିନନ୍ଦନ ଲୋଢା ଗ୍ରୁପ୍ ଅଯୋଧ୍ୟାରେ ସେଭେନ୍ ଷ୍ଟାର୍ ଟାଉନସିପ୍ ବିକଶିତ କରୁଛି। କୁହାଯାଉଛି ଯେ, ଅମିତାଭ ବଚ୍ଚନ ଏହି ଟାଉନସିପରେ ୧୦୦୦୦ ବର୍ଗଫୁଟ ଜମି କିଣିଛନ୍ତି, ଯାହାର ମୂଲ୍ୟ ୧୪.୫ କୋଟି ଟଙ୍କା। ଏହାପୂର୍ବରୁ ଅମିତାଭ ବଚ୍ଚନ ଲକ୍ଷ୍ନୌ ନିକଟସ୍ଥ କାକୋରୀରେ ମଧ୍ୟ ଜମି କିଣିଥିଲେ।

ଅମିତାଭ ଅଯୋଧ୍ୟାରେ ଯେଉଁଠି ଜମି କିଣିଛନ୍ତି ସେହି ସ୍ଥାନ ରାମ ମନ୍ଦିରଠାରୁ ମାତ୍ର ୧୫ ମିନିଟ ଦୂରରେ ଅବସ୍ଥିତ ଏବଂ ଅଯୋଧ୍ୟା ବିମାନବନ୍ଦରରୁ ଏହା ୩୦ ମିନିଟ ଦୂରରେ ବୋଲି କୁହାଯାଉଛି। ତେବେ ଏନେଇ ଅଭିନନ୍ଦନ ଲୋଢା ଗ୍ରୁପ୍ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ପ୍ରତିକ୍ରିୟା ମିଳିନାହିଁ।

- Advertisement -

ସୂଚନାଯୋଗ୍ୟ, ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ହୋଇଛି। ଜାନୁଆରୀ ୨୨ରେ ରାମଲାଲା ତାଙ୍କ ଭବ୍ୟ ମନ୍ଦିରରେ ବିରାଜମାନ କରିବେ। ସହରର ବିକାଶ ପାଇଁ ସରକାର ହଜାର ହଜାର କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପ ଆରମ୍ଭ କରିଛନ୍ତି, ଯଦ୍ବାରା ଭବ୍ୟ ତଥା ନୂତନ ଅଯୋଧ୍ୟା ସ୍ୱପ୍ନ ସାକାର ହୋଇପାରିବ।

ମନ୍ଦିରର ଉଦଘାଟନ ପରେ ଅଯୋଧ୍ୟା ବିଶ୍ୱର ସବୁଠୁ ବଡ଼ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଅନ୍ୟତମ ଭାବେ ଉଭା ହେବ ଏବଂ ଏହା ଏକ ବୃହତ ଆର୍ଥିକ କ୍ରୀୟାଶୀଳ କେନ୍ଦ୍ରରେ ପରିଣତ ହେବ ବୋଲି କୁହାଯାଉଛି। ଏଭଳି ସମୟରେ ହୋଟେଲ ଏବଂ ଟାଉନସିପ୍ ସହ ଜଡ଼ିତ କମ୍ପାନୀଗୁଡିକ ସହରରେ ବିପୁଳ ପୁଞ୍ଜି ନିବେଶ କରୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories