www.samajalive.in
Monday, December 8, 2025
13.1 C
Bhubaneswar

ଗୁଗୁଲ ଲଞ୍ଚ କଲା ୫୦୦ଟଙ୍କାର ଶସ୍ତା ୪-ଜି ଫୋନ

ନୂଆଦିଲ୍ଲୀ : ଗୁଗୁଲ କମ୍ପାନୀ ବଜାରରେ ଏକ ଶସ୍ତା ୪-ଜି ଫିଚର ଫୋନ ଲଞ୍ଚ କରିଛି। ଯାହାର ମୂଲ୍ୟ ମାତ୍ର ୫୦୦ଟଙ୍କା। ଗୁଗୁଲର ଏହି ୪-ଜି ଫିଚର ଫୋନର ନାମ ‘ୱିଜଫୋନ ଡବ୍ଲୁପି୦୦୬’। ଏହାର ଟକ୍କର ଜିଓ ଫୋନ ଏବଂ ଜିଓ ଫୋନ-୨ ସହିତ ହେବ। ଗୁଗୁଲର ‘ୱିଜଫୋନ ଡବ୍ଲୁପି୦୦୬’ରେ କେଏଆଇଓଏସ୍‍ ଅପରେଟିଙ୍ଗ ସିଷ୍ଟମ ଦିଆଯାଇଛି। ଏହି ଫୋନରେ ଜିଓ ଫୋନ ଭଳି ଆପଣ ହ୍ୱାଟ୍ସଆପ, ଫେସବୁକ ଏବଂ ୟୁଟୁବ ଭଳି ଆପ ଚଲାଇପାରିବେ। ଏଥିରେ ୨.୪ଇଞ୍ଚର ଡିସପ୍ଲେ ମିଳିବ। ଫୋନରେ ୧୮୦୦ଏମ୍‍ଏଚର ବ୍ୟାଟେରୀ ଦିଆଯାଇଛି। ଏହାବ୍ୟତୀତ ଫୋନରେ କ୍ୱାଲାକମର ସ୍ନାପଟ୍ରାଗନ ୨୦୫(ଏମ୍‍ଏସ୍‍ଏମ୍‍)ପ୍ରୋସେସର, ୫୧୨ଏମବି ରାମ୍‍ ଏବଂ ୪ଜିବିର ଷ୍ଟୋରେଜ ମଳିବ ଯାହାକୁ ମେମୋରୀ କାର୍ଡ ମାଧ୍ୟମରେ ବଢାଇପାରିବେ। ଫୋନରେ ୨ମେଗାପିକ୍ସେଲର ରିୟର କ୍ୟାମେରା ଏବଂ ଏହାର ଆଗପଟ କ୍ୟାମେରା ୨ମେଗାପିକ୍ସେଲର ଦିଆଯାଇଛି। ଗୁଗୁଲ ନିଜର ଏହି ଫୋନକୁ ଇଣ୍ଡୋନଏସିଆରେ ଲଞ୍ଚ୍‍ କରିଛି। ଫୋନଟି ଭାରତରେ ଲଞ୍ଚ ହେବାକୁ ନେଇଁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଏହି ଫୋନରେ ଗୁଗୁଲ ଆସିଷ୍ଟାଣ୍ଟର ମଧ୍ୟ ସପୋର୍ଟ ଦିଆଯାଇଛି। ଯାହା ସାହାର୍ଯ୍ୟରେ ଆପଣ କଲ କରିପାରିବେ ଏବଂ ଭିଡିଓ ମଧ୍ୟ ଦେଖିପାରିବେ।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories