www.samajalive.in
Wednesday, December 10, 2025
18.1 C
Bhubaneswar

ଧରଣୀଧର ବିଶ୍ୱବିଦ୍ୟାଳୟର ୪ ସହକାରୀ ପ୍ରାଧ୍ୟାପକଙ୍କ ସଫଳତା

କେନ୍ଦୁଝରଗଡ଼: ନିକଟରେ ପ୍ରକାଶିତ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଇନୋଭେସନ ପ୍ରୋଜେକ୍ଟ(ଏମଆରଆଇପି) ଫଳାଫଳରେ ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର ୪ଜଣ ସହକାରୀ ପ୍ରାଧ୍ୟାପକଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଗବେଷଣା କାର୍ଯ୍ୟ ସମ୍ପାଦନ ପାଇଁ ମନୋନୀତ ହୋଇଛନ୍ତି। ଭୂତତ୍ତ୍ୱବିଜ୍ଞାନ ସହକାରୀ ପ୍ରାଧ୍ୟାପକ ପ୍ରଭୁପ୍ରସାଦ ଦାସ ଓ ସହକାରୀ ପ୍ରାଧ୍ୟାପକ ଡ. ପ୍ରଶାନ୍ତ କୁମାର ମିଶ୍ର, ରସାୟନବିଜ୍ଞାନ ସହକାରୀ ପ୍ରାଧ୍ୟାପକ ଶ୍ରୀଧର ସନ୍ୟାସୀ, ଶିକ୍ଷା ସହକାରୀ ପ୍ରାଧ୍ୟାପକ ଜଗନ୍ନାଥ କୁଅଁରଙ୍କ ସମେତ ଧରଣୀଧର ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝରର ପଦାର୍ଥବିଜ୍ଞାନ ସହକାରୀ ପ୍ରାଧ୍ୟାପିକା ଡ. ପ୍ରୀତିମଞ୍ଜରୀ ମିଶ୍ର ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଇନୋଭେସନ ପ୍ରୋଜେକ୍ଟ ନିମନ୍ତେ ମନୋନୀତ ହୋଇଛନ୍ତି।

ରାଜ୍ୟର ଯୁବ ପ୍ରତିଭା ସମ୍ପନ୍ନ ଗବେଷକମାନଙ୍କୁ ୩ଟି ପର୍ଯ୍ୟାୟରେ ସମ୍ପାଦିତ ହୋଇ ଏଥିନିମନ୍ତେ ମନୋନୀତ କରାଯାଇଥାଏ। ସ୍ନାତ୍ତକ ଓ ସ୍ନାତକୋତ୍ତରରେ ପ୍ରଥମଶ୍ରେଣୀରେ ପାସ୍‌‌ କରିବା ସହ ବିଭିନ୍ନ ଜର୍ନାଲରେ ଗବେଷଣା କାର୍ଯ୍ୟ ପ୍ରକାଶିତ ହୋଇଥିବା ରାଜ୍ୟର ସମସ୍ତ ଅଗ୍ରଣୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଯୁବ ଗବେଷକମାନେ ଏଥିରେ ଅଂଶଗ୍ରହଣ କରିଥା’ନ୍ତି। ଧରଣୀଧର ବିଶ୍ୱବିଦ୍ୟାଳୟର ୪ଜଣ ସହକାରୀ ପ୍ରାଧ୍ୟାପକ ଏବଂ ସରକାରୀ ମହିଳା ମହାବିଦ୍ୟାଳୟର ଜଣେ ଯୁବ ସହକାରୀ ପ୍ରାଧ୍ୟାପିକା ବିଶ୍ୱବିଦ୍ୟାଳୟର ଓଏସ୍‌‌ଡି ତଥା ଭାରପ୍ରାପ୍ତ କୁଳପତି ଡ. ପ୍ରତାପ କୁମାର ମହାନ୍ତିଙ୍କ ମାର୍ଗଦର୍ଶନ ପାଇଁ ସାଧୁବାଦ୍‌‌ ଅର୍ପଣ କରିଛନ୍ତି। ସମସ୍ତ ୫ଜଣ ଯୁବ ଗବେଷକଙ୍କ ଏଭଳି ସଫଳତା ପାଇଁ ବିଶ୍ୱବିଦ୍ୟାଳୟର ଓଏସ୍‌‌ଡି ତଥା ଭାରପ୍ରାପ୍ତ କୁଳପତି ଡ. ମହାନ୍ତି ଶୁଭେଚ୍ଛା ଜଣାଇବା ସହିତ ଗବେଷଣା କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ପାଇଁ ପ୍ରେରଣା ଦେଇ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories