ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ ବିଦ୍ୟୁତ ଗ୍ରାହକ ସେବା କେନ୍ଦ୍ର ଓ କାର୍ଯ୍ୟାଳୟ ନବୀକରଣ
ସମ୍ବଲପୁର: ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ ଏକ ଅଗ୍ରଣୀ ବିଦ୍ୟୁତ ବିତରଣ କମ୍ପାନୀ ଭାବେ ନିଜର ଦାୟିତ୍ୱ ନିର୍ବାହ ପୂର୍ବକ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଦ୍ୟୁତ କାର୍ଯ୍ୟାଳୟ ଗୃହର ଭିତ୍ତିଭୂମିରେ ରୂପାନ୍ତରଣ ଆଣିବାରେ ପ୍ରଚେଷ୍ଟା ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡିଭିଜନ, ସବ-ଡିଭିଜନ, ସବଷ୍ଟେସନ ଅଫିସଗୁଡିକର ପୁନରୁଦ୍ଧାର ତଥା ନୂତନ କାର୍ଯ୍ୟାଳୟ ନିର୍ମାଣ, ପୁରୁଣା-ଟ୍ରାନ୍ସଫର୍ମର ପରିବର୍ତ୍ତନ, ନୂଆ ଏବଂ ପୁରୁଣା ଟ୍ରାନ୍ସଫର୍ମର ଚାରିପଟେ ବାଡ଼ ଘେରାଇବା, ଟ୍ରାନ୍ସଫରମର ଗୁଡ଼ିକର ଅପଗ୍ରେଡସନ୍ ଏବଂ ଗ୍ରାହକ ସେବା କେନ୍ଦ୍ର ନିର୍ମାଣ କରିବା ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି ।
ବିଦ୍ୟୁତ କାର୍ଯ୍ୟାଳୟଗୃହ ନିର୍ମାଣ ଓ ରୂପାନ୍ତରଣ ବ୍ୟତିତ ବିଦ୍ୟୁତ୍ ଜନିତ ଦୁର୍ଘଟଣା ଲାଗି ଜନସାଧାରଣ ଏବଂ ଜୀବଜନ୍ତୁଙ୍କ ସୁରକ୍ଷାକୁ କମ୍ପାନୀ ପ୍ରାଥମିକ ଭାବେ ଗୁରୁତ୍ୱ ଦେଇଆସିଛି । ଏହି ଧାରାରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅସୁରକ୍ଷିତ ଭାବେ ରହିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଚାରିପଟେ କମ୍ପାନୀ ତରଫରୁ ବାଡ଼ ଘେରାଇବା ପ୍ରକ୍ରିୟା ଜାରି ରହିଛି । ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଥିବା ୨୩୩ଟି ବିଦ୍ୟୁତ୍ ଟ୍ରାନ୍ସଫର୍ମର ଚାରିପଟେ ବାଡ଼ ଘେରାଇବା କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଉ ୮୦ଟି ବିଦ୍ୟୁତ୍ ଟ୍ରାନ୍ସଫର୍ମର ଚାରିପଟେ ବାଡ଼ ଘେରାଇବା କାର୍ଯ୍ୟ ଚାଲୁ ରହିଛି । ଯାହାକୁ ଚଳିବ ଆର୍ଥିକ ବର୍ଷ ଶେଷ ସୁଦ୍ଧା କମ୍ପାନୀ ସମାପ୍ତ କରିବା ଲକ୍ଷ୍ୟ ରଖିଛି । ସେହିପରି ଏଯାବତ୍ ଟିପିଡବ୍ଲ୍ୟୁଓଡିଏଲ ତରଫରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୪୫୦ଗୋଟି ଟ୍ରାନ୍ସଫର୍ମର ଚାରିପଟେ ଚାରିପଟେ ବାଡ଼ ଘେରା ହୋଇଛି ।
ଏହି କାର୍ଯ୍ୟକ୍ରମ ଅନୁଯାୟୀ, ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଟିପିଡବ୍ଲ୍ୟୁଓଡିଏଲ୍ ତରଫରୁ ଚଳିତ ଆର୍ଥିକ ବର୍ଷରେ ଚାରୋଟି ଡିଭିଜନ୍ ଅଫିସର ନିର୍ମାଣ ଓ ପୁନରୁଦ୍ଧାର ଶେଷ ହୋଇଥିବା ବେଳେ ୫ ଗୋଟି ଡିଭିଜନ ଅଫିସର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ସେହିପରି ୮ ଗୋଟି ସବ୍ ଡିଭିଜନ୍ ଅଫିସର ପୁନରୁଦ୍ଧାର ଶେଷ ହୋଇଥିବା ବେଳେ ୫ ଗୋଟି ଅଫିସ୍ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ସେହିପରି ୨୪ ଗୋଟି ସେକ୍ସନ ଅଫିସର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବେଳେ ୨୪ ଗୋଟି ଅଫିସର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ସେହିପରି ଭାବେ ଚଳିତ ବର୍ଷରେ କମ୍ପାନୀ ତରଫରୁ ୨ ଗୋଟି ନୂଆ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ଚାଲିଛି । ଯାହା ଖୁବଶୀଘ୍ର ଶେଷ ହୋଇ କାର୍ଯ୍ୟକ୍ଷମ ହେବା ସହ ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କା ସେବାରେ ସମର୍ପିତ ହୋଇପାରିବ ବୋଲି କମ୍ପାନୀ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।
ତେବେ କାର୍ଯ୍ୟାଳୟ ଗୁଡ଼ିକର ନିର୍ମାଣ ଓ ପୁନରୁଦ୍ଧାର କରିବା ସହ କାର୍ଯ୍ୟାଳୟମାନଙ୍କରରେ ପାନୀୟ ଜଳର ବ୍ୟବସ୍ଥା ତଥା ଶୌଚାଳୟ ନିର୍ମାଣ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ବିଦ୍ୟୁତ୍ କାର୍ଯ୍ୟାଳୟରେ ୮୩ଟି ଶୌଚାଳୟର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ୪୧ଟି କାର୍ୟ୍ୟାଳୟରେ ଶୌଚାଳୟ ନିର୍ମାଣାଧୀନ ରହିଛି । ଅନ୍ୟପଟେ ବିଦ୍ୟୁତ ଉପଭୋକ୍ତାଙ୍କ ସୁବିଧା ଦୃଷ୍ଟିରୁ ଟିପିଡବ୍ଲ୍ୟୁଓଡିଏଲ୍ ତରଫରୁ ଚଳିତ ଆର୍ଥିକ ବର୍ଷରେ ଦୁଇଟି ଗ୍ରାହକ ସେବା କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଅନ୍ୟ ଦୁଇଟି ଗ୍ରାହକ ସେବା କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଯାହାକୁ କମ୍ପାନୀ ଖୁବଶୀଘ୍ର ଶେଷ କରିବାକୁ ଲକ୍ଷ୍ୟ ରଖିଛି । ଯେତେବେଳେ କି ଏଯାବତ୍ କମ୍ପାନୀ ତରଫରୁ ଗତ ତିନି ବର୍ଷ ମଧ୍ୟରେ ମୋଟ୍ ୧୩ ଟି ଗ୍ରାହକ ସେବା କେନ୍ଦ୍ର ନିର୍ମାଣ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି । ଏହି କାର୍ଯ୍ୟକଳାପ ଦ୍ୱାରା କର୍ମଚାରୀମାନେ ଅତ୍ୟାଧିକ ସୁବିଧା ପାଇବା ସହିତ ପଶ୍ଚିମ ଓଡ଼ିଶାର ସମସ୍ତ ବିଦ୍ୟୁତ ଗ୍ରାହକଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବାରେ ସହାୟକ ହୋଇପାରିଛି ।
Comments are closed.