www.samajalive.in
Tuesday, December 9, 2025
17.1 C
Bhubaneswar

ହାପି ବାର୍ଥ ଡେ ଗ୍ରୀକ୍ ଗଡ୍

ମୁମ୍ବାଇ : ସେ ବଲିଉଡ଼ର ଗ୍ରୀକ୍ ଗଡ୍ ଭାବେ ଜଣାଶୁଣା । ତାଙ୍କ ବିଷୟରେ ଯେତେ କହିଲେ ବି କମ୍ ପଡିବ । ଆମେ କହୁଛୁ ହ୍ରିତିକ୍ ରୋଶନଙ୍କ କଥା । ବୁଧବାର ୫୦ ବର୍ଷରେ ପାଦ ଥାପିଛନ୍ତି ହ୍ରିତିକ୍ । କେବଳ ଭାରତ ନୁହେଁ , ସମଗ୍ର ବିଶ୍ବରେ ସେ ଅନନ୍ୟ ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କର ହ୍ୟାଣ୍ଡସମ୍ ଲୁକ୍ , ନିଖୁଣ ଅଭିନୟ ଏବଂ ନୃତ୍ୟ କରିବାର ଶୈଳୀ ତାଙ୍କୁ ଦର୍ଶକଙ୍କ ମନରେ ବାନ୍ଧି ରଖେ । କଠିନ ପରିଶ୍ରମ , ନିଷ୍ଠା ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଁଞ୍ଚାଇଛି । ବଲିଉଡକୁ ସେ ଦେଇଛନ୍ତି ଅନେକ ସୁପରହିଟ୍ ଫିଲ୍ମ ।

ଆସନ୍ତୁ ଜାଣିବା ହ୍ରିତିକଙ୍କ ଜୀବନ ସହ ଯୋଡି ହୋଇଥିବା କିଛି ବିଶେଷ କଥା । ତୁଳସୀ ଦୁଇ ପତ୍ରରୁ ବାସିବା ପରି ପିଲାଦିନରୁ ହ୍ରିତିକଙ୍କ ପ୍ରତିଭା ଫୁଟି ଉଠିଥିଲା। ପିଲାଟି ଦିନରୁ ଅଭିନୟକୁ ଖୁବ୍ ଭଲ ପାଉଥିଲେ । ତାଙ୍କର ପିତା ରାକେଶ ରୋଶନ ମଧ୍ୟ ଜଣେ ଜଣାଶୁଣା ଚଳଚିତ୍ର ନିର୍ଦ୍ଧେଶକ ଥିଲେ । ଛୋଟବେଳେ ଯେତେବେଳେ ହ୍ରିତିକ୍ ତାଙ୍କ ବାପାଙ୍କ ସହ ସୁଟିଂ ସେଟକୁ ଯାଉଥିଲେ । ସେତେବେଳେ ଦର୍ପଣ ସାମ୍ନାରେ ଅଭିନୟ କରୁଥିଲେ । ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା  ଆଶା ଚଳଚିତ୍ରରେ ତାଙ୍କୁ ପ୍ରଥମେ ଦେଖିବାକୁ ମିଳିଥିଲା। ଫିଲ୍ମ କହୋନା ପ୍ୟାର୍ ହୈ ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ।

- Advertisement -

ୱାର୍ , ଧୂମ-୨, କୋଇ ମିଲ ଗୟା ଭଳି ଅନେକ ସୁପରିହିଟ୍ ଫିଲ୍ମରେ ଅଭିନୟ କରି ସେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି। ବର୍ତ୍ତମାନ ଆଗକୁ ଆସୁଛି ତାଙ୍କର ପରବର୍ତ୍ତି ଚଳଚିତ୍ର ଫାଇଟର । ଯାହା ଜାନୁଆରୀ ୨୫ ତାରିଖରେ ରିଲିଜ୍ ହେବାକୁ ଯାଉଛି । ଅନେକ ସମୟରେ ହ୍ରିତିକ୍ ତାଙ୍କର ବୈବାହିକ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ୨୦୧୪ ମସିହାରେ ତାଙ୍କର ପ୍ରଥମ ପତ୍ନୀ ସୁଜେନ ଖାନଙ୍କଠାରୁ ତାଙ୍କର ଛାଡପତ୍ର ହୋଇଥିଲା। ଏହାପରେ ୨୦୨୨ରେ ସବା ଆଜାଦ ତାଙ୍କ ଜୀବନରେ ଆସିଥିଲେ । ବର୍ତ୍ତମାନ ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲେ ବି କୌଣସି ସ୍ପଷ୍ଟ ସୂଚନା ମିଳିନି । ଜନ୍ମଦିନ ଅବସରରେ ହ୍ରିତିକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories