ଆଇଇଡି ବିସ୍ଫୋରଣରେ ୫ ପୁଲିସ କର୍ମୀ ମୃତ
ନୂଆଦିଲ୍ଲୀ : ପାକିସ୍ତାନ ପୁଖତୁନଖୱାରେ ଭୟଙ୍କର ଆତଙ୍କବାଦୀ ହମଲା ହୋଇଛି । ଶକ୍ତିଶାଳୀ ଆଇଇଡି ବିସ୍ଫୋରଣରେ ୫ଜଣ ପୁଲିସ କର୍ମୀ ପ୍ରାଣ ହରାଇବା ସହ ୨୦ରୁ ଉଦ୍ଧ୍ଵର୍ର୍ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ବାଜୌର ଜିଲ୍ଲାରେ ପୁଲିସ ବାହିନୀ ଟ୍ରକ ଯୋଗେ ଏକ ଆଣ୍ଟି ପୋଲିଓ ଅଭିଯାନରେ ଯାଉଥିବାବେଳେ ଆତଙ୍କବାଦୀମାନେ ଆଇଇଡି ବିସ୍ଫୋରଣ କରିଥିଲେ। ଏଥିରେ ଥିବା ୫ଜଣ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା। ରବିବାର ମଧ୍ୟ ପୁଖତୁନଖୱା କ୍ଷେତ୍ରରେ ଆତଙ୍କୀ ଆକ୍ରମଣ ହୋଇଥିଲା। ଏଥିରେ ୪ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଥିଲା।
Comments are closed.