www.samajalive.in
Wednesday, December 10, 2025
18.1 C
Bhubaneswar

ମୋଦୀଙ୍କ ନବଭାରତ ଯୋଜନାରେ ଯୁବପିଢ଼ି ସାମିଲ ହୁଅନ୍ତୁ

ଭୁବନେଶ୍ୱର :ରାଜ୍ୟରେ ୧୯ ବର୍ଷ ଧରି ବିଜେଡ଼ି ସରକାର ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛି। ଯୋଜନା ବାବଦ ହଜାର ହଜାର କୋଟିକୁ ଦଳୀୟଭିତ୍ତିରେ ଖର୍ଚ୍ଚ କରାଯାଉଥିବାବେଳେ ଗୁଣ୍ଡାବାହିନୀ ଲଗାଇ ଲୋକଙ୍କ ପାଟି ଚୁପ୍‍ କରିଦିଆଯାଉଛି। ଏମିତିକି ପୁଲିସ ପ୍ରଶାସନ ସବୁ ଜାଣି ଚୁପ୍‍ ବସୁଛନ୍ତି। ହେଲେ ଓଡ଼ିଶାବାସୀ ଏବେ ମନ ବଦଳାଇଲେଣି। ଓଡିଶାର ଯୁବପିଢି ପରିବର୍ତ୍ତନର ଅନ୍ତିମ ୬ ମାସର ନିର୍ଣ୍ଣାୟକ ଲଢେଇରେ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନବ ଭାରତ ଗଠନ ଓ ଓଡିଶାକୁ ପ୍ରଗତିର ଶୀର୍ଷକୁ ପହଞ୍ଚାଇବା ପାଇଁ ଯୁବପିଢ଼ି ଏହାର ନେତୃତ୍ୱ ନିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି।
ବିଜେପି ଯୁବମୋର୍ଚ୍ଚାର ନୂଆ ଓଡିଶା ଯୁବସଂଯୋଜନ ସମ୍ମିଳନୀରେ ଉଦ୍‍ବୋଧନ ଦେଇ ଶ୍ରୀ ପ୍ରଧାନ ସରକାରଙ୍କ ପିଠା ଯୋଜନାକୁ କଡା ସମାଲୋଚନା କରି କହିଥିଲେ ଯେ ଦୁଇଜଣଙ୍କ କଳିରେ ମାଙ୍କଡ ପିଠା ଖାଇଯିବା ପରି ଓଡିଶାର ରାଜସ୍ୱକୁ ଲୁଟ୍‍ କରୁଥିବା ଲୋକମାନେ କି ସ୍ୱଚ୍ଛତାର ବାର୍ତ୍ତା ଦେବେ? ଆମ ଗାଁ ଆମ ବିକାଶ ଯୋଜନାରେ ସରପଞ୍ଚମାନଙ୍କ ଅଧିକାର ଛଡାଇ ସଚିବାଳୟରୁ ମୁଖ୍ୟମନ୍ତ୍ରୀ ରିମୋଟ ଚିପି ଦଳୀୟଭିତ୍ତିରେ କାର୍ଯ୍ୟ ବଣ୍ଟନ କରୁଛନ୍ତି।
ଏନେଇ ଯୁବପିଢ଼ି ସରକାରଙ୍କୁ ପ୍ରଶ୍ନ କରିବାର ଅଧିକାର ରହିଛି। ଏହି କାମ ଗୁଡିକ ଟେଣ୍ଡରକରି ସ୍ୱଚ୍ଛ ଭାବେ କାର୍ଯ୍ୟାଦେଶ ଦିଆଯାଉଛି ନା ହାତଗୁଞ୍ଜା ଦେଉଥିବା ଲୋକମାନେ କାମ ପାଉଛନ୍ତି ଓ କାହା ମାଧ୍ୟମରେ ଏହି କାମ ଗୁଡିକ ହେଉଛି ତାହା ସମସ୍ତେ ଜାଣିବା ଉଚିତ୍‍।
ରାଜ୍ୟ ସରକାର ଥ୍ରୀ-ଟି’ର ମିଛ ବାହାନା କରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବୁ କାମକୁ ଦଳୀୟ ଆଧାରରେ ବାଣ୍ଟି ରାଜ୍ୟ ରାଜକୋଷର ୧୦ ହଜାର କୋଟିଟଙ୍କାର କାମ କିଏ ପାଉଛି ବୋଲି ଯୁବକମାନେ ପିଠା କାର୍ଯ୍ୟକ୍ରମରେ ସରକାରଙ୍କୁ ପଚାରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ସରକାର ଯେଉଁ ଲକ୍ଷ୍ମଣ କୁମ୍ଭାରଙ୍କ ଫଟୋ ବିଜ୍ଞାପନରେ ମାରି ବାହାବା ନେଉଥିଲେ ତାହାର ସତ ଗଣମାଧ୍ୟମ ପଦାକୁ କାଢିଛି। ଗୁଡ୍‍ ନ୍ୟୁଜ ଇଣ୍ଟରନ୍ୟାସନାଲ ସଂସ୍ଥା ୨୨ଟି ସେଲଟର ହୋମ୍‍ ଖୋଲି କମ୍‍ ବୟସର ଓଡିଆ ଝିଅପୁଅମାନଙ୍କୁ ନିର୍ଯାତନା, ବାହାରକୁ ଚାଲାଣ କରୁଥିବା ପରି ସଙ୍ଗିନ ଘଟଣା ସାମ୍ନାକୁ ଆସିଛି। ଧର୍ମପରିବର୍ତ୍ତନ ନେଇ ରାଜ୍ୟରେ କଡା ନିୟମ ଥିବା ବେଳେ ଏହି କେନ୍ଦ୍ର ଗୁଡିକରେ ଖୋଲାଖୋଲି ନିୟମର ଉଲ୍ଲଘଂନ କରାଯାଉଛି।
ସେହିପରି ପ୍ରଧାନମନ୍ତ୍ରୀଙ୍କୁ କାଳେ ଶ୍ରେୟ ଚାଲିଯିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଓଡିଆ ଯୁବକଙ୍କ ରୋଜଗାର ଉପରେ ବାଧା ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେ କହିଛନ୍ତି ଯେ ପ୍ଲାଷ୍ଟିକ ପାର୍କ ନିର୍ମାଣ ପାଇଁ ସବୁ ପ୍ରସ୍ତୁତି ସରିଥିବା ବେଳେ ଭାରତୀୟ ତୈଳ ନିଗମ ସହ କମ୍ପାନୀ ଗଠନ କରି ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା କାମକୁ କାହିଁକି ଆଗକୁ ନେଉନାହାନ୍ତି, ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସତ୍ତ୍ବେ ଉତ୍ତର ମିଳୁନାହିଁ।
ପ୍ରଧାନମନ୍ତ୍ରୀଙ୍କ ସଫଳ ବିଦେଶ ନୀତି କାରଣରୁ ଚାଇନାକୁ ଭାରତରୁ ଅଣବାସୁମତୀ ଚାଉଳ ରପ୍ତାନି ପାଇଁ ସମ୍ଭାବନା ସୃଷ୍ଟି ହୋଇଛି। ଓଡିଶା ଦେଶର ଅଣବାସୁମତୀ ଚାଉଳ ଉତ୍ପାଦନର ପ୍ରମୁଖ କେନ୍ଦ୍ର। ଯଦି ଓଡିଶାର ଚାଉଳ ଚାଇନାକୁ ଯାଆନ୍ତା ତାହାହେଲେ ଓଡିଆ ଚାଷୀର ରୋଜଗାର ବଢନ୍ତା। ମାତ୍ର ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରି ଓଡିଆ ଲୋକଙ୍କ ରୋଜଗାର ଉପରେ ରାଜ୍ୟସରକାର ବାଧା ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories