www.samajalive.in
Monday, December 8, 2025
17.1 C
Bhubaneswar

ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ଆରମ୍ଭ

ଫୁଲବାଣୀ: ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ତଥା କୃଷି ଯନ୍ତ୍ରପାତି ମେଳା ଶୁକ୍ରବାର ଉଦ୍‌‌ଘାଟିତ ହୋଇଯାଇଛି। ଏହି ଉପଲକ୍ଷେ, ଏକ ବୈଷୟିକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ସେଥିରେ କୃଷି ଯନ୍ତ୍ରପାତିର ପ୍ରଦର୍ଶନୀ ଓ ବିତରଣ ସହିତ କୃଷି ଓ ଆନୁସଙ୍ଗିକ ବିଭାଗର କାର୍ଯ୍ୟକ୍ରମ ସମ୍ବଦ୍ଧରେ ଆଲୋଚନା ହୋଇଥିଲା। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରଦନ ମଲ୍ଲିକ ଅତିଥିଭାବେ ଯୋଗଦେଇ ସରକାରୀ ସହାୟତାର ଲାଭ ନେଇ ଚାଷୀମାନେ ରିହାତି ଦରରେ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି କିଣି ଚାଷ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ। ଉନ୍ନତ ଜ୍ଞାନ କୌଶଳ ଦ୍ୱାରା ଚାଷୀମାନେ ଅଳ୍ପ ସମୟରେ ଓ କମ୍‌‌ ଖର୍ଚ୍ଚରେ କିପରି ଅଧିକ ଅମଳ କରିପାରିବେ ତା’ ଉପରେ ବିଭାଗୀୟ ଅଧିକାରୀମାନେ ଆଲୋଚନା କରିଥିଲେ। ଫୁଲବାଣୀ, ଖଜୁରୀପଡ଼ା ଓ ଫିରିଙ୍ଗିଆ ବ୍ଲକରୁ ଶତାଧିକ ଚାଷୀ ଏହି ଆଲୋଚନାଚକ୍ରରେ ଯୋଗ ଦେଇଥିଲେ। ଚକାପାଦ ଗୋଷ୍ଠୀ କୃଷି ଅଧିକାରୀ ହେମନ୍ତ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଫୁଲବାଣୀ ଗୋଷ୍ଠୀ କୃଷି ଅଧିକାରୀ ସୁନୀତା ମିଶ୍ର ସଭା ପରିଚାଳନା କରିଥିଲେ। ଏହି କୃଷି ମହୋତ୍ସବ ଓ ଯନ୍ତ୍ରପାତି ମେଳା ୯ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତୁଷାରକାନ୍ତ ସାମଲ ସୂଚନା ଦେଇଥିଲେ। ଏହି ଏଦ୍‌‌ଘାଟନୀ ଉତ୍ସବ ଓ ଆଲୋଚନାଚକ୍ରରେ ବାଲିଗୁଡ଼ା କୃଷି ଜିଲ୍ଲା ଅଧିକାରୀ ସୁବାସ ଚନ୍ଦ୍ର ବେହେରା, ନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories