www.samajalive.in
Monday, December 8, 2025
27.1 C
Bhubaneswar

ସାମାଜିକ ଗଣମାଧ୍ୟମରେ ହିରୋ କଳାହାଣ୍ଡିର ସ୍ୱର ଚନ୍ଦ୍ରକାନ୍ତ ଦୁର୍ଗା

ଭବାନୀପାଟଣା: ଚନ୍ଦ୍ରକାନ୍ତ ଦୁର୍ଗା, ବୟସ ୧୩, ଧର୍ମଗଡ ବ୍ଲକ୍ ମୁଖିଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର। ବୟସରେ ଛୋଟ ହେଲେବି ଏବେ ଏଇ ପିଲା ଜଣକ ସମସ୍ତଙ୍କୁ ପଛରେ ପକାଇ କଳାହାଣ୍ଡିର ସ୍ୱର ପାଲଟିଛି। କଳାହାଣ୍ଡିଆ ଗୀତଟେ ଗାଇ ସାମାଜିକ ଗଣମାଧ୍ୟମରେ ରାତାରାତି ହିରୋ ପାଲଟି ଯାଇଛି। ତାର ଯାଦୁଗରୀ କଣ୍ଠ ସ୍ବରରେ ଯିଏ ଗୀତଟି ଶୁଣୁଛି ସିଏ ବାରବାର ଶୁଣୁଛି। ସେୟାର ଆଉ ଲାଇକ କରି କଳାହାଣ୍ଡିରୁ କନ୍ଧମାଳ ଆଉ ସମ୍ବଲପୁରରୁ ନବରଙ୍ଗପୁର ସବୁ ଅଞ୍ଚଳରେ ସଭିଏଁ ତାର ଭୂରି ଭୂରି ପ୍ରଶଂସା କରୁଛନ୍ତି। ଧର୍ମଗଡ ବ୍ଲକର ଦୁମେରଗୁଡା ରାଜାରାମ ହାଇସ୍କୁଲରେ ପଂଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ହେଇଥିଲା। ସେଥିରେ କଣ୍ଠ ସଙ୍ଗୀତ ପ୍ରତିଯୋଗିତାରେ ଅନ୍ୟ ସହପାଠୀ ଭଳି ଚନ୍ଦ୍ରକାନ୍ତ ବି ଗୀତଟିଏ ଗାଇଥିଲେ। ଯାହା ବିଚାରପତିଙ୍କ ମନକୁ ଛୁଇଁଥିଲା। ଗୀତଟି ଥିଲା “ଧଏନ କରିଦେଲୁ ଜୀବନ କେ ମୋର ଜନମ ଦେଇ ଇତି ଗୋ ଭାଏଗମତି, କଳାହାଣି ମୋର ଜନମ ମାଟି”।

କଳାହାଣ୍ଡି ମାଟି ମାଁକୁ ନେଇ ବର୍ଣ୍ଣିତ ଗୀତଟିକୁ ଜଣେ ପୋଖତ ଗାୟକ ଭଳି ଗାଇଥିଲା ଚନ୍ଦ୍ରକାନ୍ତ। ସେଇ ଗୀତଟି ପାଇଁ ଆଜି ପଂଚାୟତ ସ୍ତର ପ୍ରତିଯୋଗିତାରେ ପ୍ରଥମ ହେଇ ସେ ପୁରସ୍କୃତ ହେଇଛି। ଆଉ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବରେ ଗାଇବାକୁ ଯୋଗ୍ୟ ମନୋନୀତ ହେଇଛି ଚନ୍ଦ୍ରକାନ୍ତ। ପ୍ରକୃତରେ ଟିପିଗୁଡା ସ୍କୁଲର ଶିକ୍ଷକ ଧନୀରାମ ଦୁର୍ଗା ଏଇ ଗୀତଟିକୁ ଲେଖିଥଲେ। ଧନୀରାମଙ୍କ ଠାରୁ ଆଣି ଗୀତ ଗାଇଥିଲା ଚନ୍ଦ୍ରକାନ୍ତ। କଳାହାଣ୍ଡିର ପାଣି ପବନ ପ୍ରକୃତିରୁ ଆରମ୍ଭ କରି ମରୁଡିରୁ ରକ୍ଷାକାରୀ ଇନ୍ଦ୍ରାବତୀ, ଡ଼କରିଚଞ୍ଚରା, କମଳା ଝରନ୍, ଉର୍ଲାଦାନୀ ପ୍ରଭୃତି କଳାହାଣ୍ଡିର ଏ ମୁଣ୍ଡରୁ ସେ ମୁଣ୍ଡ ସବୁକିଛି ଉଲ୍ଲେଖଥିବା ଗୀତଟି ଏବେ ଚନ୍ଦ୍ରକାନ୍ତର କଣ୍ଠର ଗୀତଟି ଏବେ ସବୁରି ମୁହଁରେ ଶୁଣିବାକୁ ମିଳୁଛି।

- Advertisement -

ଚନ୍ଦ୍ରକାନ୍ତ ଗତ ପ୍ରାୟ ଦୁଇବର୍ଷ ହେବ ଗୀତ ଗାଉଛି। ଦେଶାତ୍ମୋଧକ ଏବଂ ସମ୍ବଲପୁରୀ ଗୀତ ଗାଉଥିବା ଚନ୍ଦ୍ରକାନ୍ତ ଇତିମଧ୍ୟରେ ପ୍ରାୟ ୧୦ଟି ଗୀତ ଗାଇଲାଣି। ମୂଳତଃ ସ୍କୁଲ୍ ପିଲାଙ୍କ କାର୍ଯ୍ୟକ୍ରମ ସୁରଭିରୁ ତାର ଗୀତ ଗାଇବା ଆରମ୍ଭ ହେଲା। ସ୍କୁଲରୁ ବ୍ଲକ୍, ଜିଲ୍ଲା ଆଉ ତାପରେ ଚଳିତ ବର୍ଷ ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ସେ ଗୀତ ଗାଇ ଉଚ୍ଚ ପ୍ରଶଂସିତ ହେଲା। “ଏଇ ଦେଶର ପାନି ପବନ” ଗୀତଟି ପାଇଁ ଖାଲି ସାର୍ଟିଫିକେଟଟେ ମିଳିଲା ସିନା, ପୁରସ୍କାର ଟେ ମିଳିଲାନି ବୋଲି ମନ ଉଣା କରେ ଚନ୍ଦ୍ରକାନ୍ତ। ହେଲେ ଗତକାଲିର ଗୀତ ଆଜି ଭାଇରାଲ ହେଇ ଲୋକେ ପସନ୍ଦ କରୁଥିବା ଜାଣି ଏବେ ଆହୁରି ଅଧିକ ଗୀତ ଗାଇବାକୁ ସେ ମନସ୍ଥ କରିଛି। ଦେଶ ପାଇଁ ଦେଶାତ୍ମବୋଧକ ସଙ୍ଗୀତ ଏବଂ ନିଜ ଅଞ୍ଚଳ ପାଇଁ ସମ୍ବଲପୁରୀ ବା ସ୍ଥାନୀୟ ଭାଷା ର ଗୀତ ଗାଇବାକୁ ପସନ୍ଦ କରୁଥିବା ଚନ୍ଦ୍ରକାନ୍ତ ଏବେ ରାତାରାତ କଳାହାଣ୍ଡି ର ସ୍ୱର ପାଲଟି ଯାଇଛି। ଶ୍ରମ ଏବଂ ଚାଷ କରି ପରିବାର ଚଳାଉଥିବା ବାପା ଧର୍ମେନ୍ଦ୍ର, ମାଆ ସେମଲାଇ, ସାନ ଭଉଣୀ ଗୌରୀ ଏବଂ ଗାଁ ଲୋକ, ସାଙ୍ଗ ସାଥି ତଥା ଧନୀରାମ୍ ଙ୍କ ସହ ଶିକ୍ଷକ ମାନଂକୁ ପ୍ରେରଣା ର ଉତ୍ସ ବୋଲି କହୁଥିବା ଚନ୍ଦ୍ରକାନ୍ତ ଏବେ ସବୁରି ମୁହଁର ଚାନ୍ଦ ପାଲଟିଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories