www.samajalive.in
Monday, December 8, 2025
27.1 C
Bhubaneswar

ପାଟଣାରେ କୃଷି ରଥର ଶୁଭାରମ୍ଭ

ପାଟଣା: ଚାଷୀ ମାନଙ୍କ ନିମନ୍ତେ ରବି ଫସଲକୁ ଆଖିଆଗରେ ରଖି କେନ୍ଦୁଝର ଜିଲ୍ଲା ପାଟଣା କୃଷି ବିଭଗ ଓ କୃଷି ସୂଚନା ପରାମର୍ଶ କେନ୍ଦ୍ର ପକ୍ଷରୁ ଆଜି କୃଷି ରଥର ଶୁଭାରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ବଡ଼ପାଟଣା ପଞ୍ଚାୟତ ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ ଯୋଗଦାନ କରି କୃଷି କାର୍ଯ୍ୟାଳୟ ପରିସରରେ ସବୁଜ ପତାକା ଦେଖାଇ କୃଷି ରଥର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ତୁରୁମୁଙ୍ଗା ସହକାରୀ କୃଷି ଅଧିକାରୀ ବର୍ଷା ବୈଶାଳୀ, କୃଷି ଅଧିଦର୍ଶକ ଦୁର୍ଗାଚରଣ ତ୍ରିପାଠୀ, ପାଟଣା ବ୍ଲକର ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ, ବ୍ଲକର ସମସ୍ତ ଅଧିଦର୍ଶକ ତଥା ଏ.ଟି.ଏମ ଏଠାରେ ଉପସ୍ଥିତ ଥିଲେ। ଏହି କୃଷି ରଥ ବ୍ଲକର ବିଭିନ୍ନ ଗ୍ରାମରେ ୬ଦିନ ଧରି ପଥପ୍ରାନ୍ତ ନାଟକ ମାଧ୍ୟମରେ ରବି ଫସଲ ବାବଦରେ କୃଷି ଓ ଆନୁଷଙ୍ଗିକ ବିଭାଗର ସଚେତନତା ଦିଗରେ ଚାଷୀ ମାନଙ୍କୁ ସଚେତନ କରାଇବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories