www.samajalive.in
Sunday, December 7, 2025
15.1 C
Bhubaneswar

ମଝି ଆକାଶରେ ଥିଲା ବିମାନ ; ହଠାତ୍‌‌ ଖୋଲିଗଲା କବାଟ, ହେଲା ଜରୁରୀ ଅବତରଣ

ୱାଶିଂଟନ : ଟଳିଗଲା ବଡ ବିପଦ। ବର୍ତ୍ତିଗଲେ ପ୍ରାୟ ୧୭୪ ଜଣ ବିମାନ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ। ଘଟଣା କ୍ରମେ ଆଲାସ୍କା ଏୟାରଲାଇନ୍ସର ଏକ ବିମାନ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଆଲାସ୍କା ଏୟାରଲାଇନ୍ସର ବୋଇଙ୍ଗ ୭୩୭-୯ ମ୍ୟାକ୍ସ ବିମାନ ଉଡାଣର କିଛି ସମୟ ପରେ ୧୬ ହଜାର ଫୁଟ ଉଚ୍ଚତାରେ ହଠାତ୍‌‌ ଏହାର କବାଟ ଖୋଲି ଯାଇଥିଲା। ଫଳରେ ଏହାକୁ ଜରୁରୀ ଅବତରଣ କରାଗଲା।
କଏଦ ହୋଇଥିବା ଭିଡିଓ ଅନୁଯାୟୀ, ମଧ୍ୟମ କ୍ୟାବିନ୍‌‌ର କବାଟ ବିମାନଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା। ବିମାନ ଉଡାଣ ଭରିବାର କିଛି ସମୟ ପରେ ଏଭଳି ଘଟିଥିଲା। ବିମାନର କବାଟ ଖୋଲିବା ପରେ ଏହାକୁ ତୁରନ୍ତ ସୁରକ୍ଷିତ ଭାବେ ପୋର୍ଟଲ୍ୟାଣ୍ଡ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରାଗଲା। ବିମାନଟି ପୋର୍ଟଲ୍ୟାଣ୍ଡରୁ କାଲିଫର୍ନିଆର ଅନଟାରିଓକୁ ଯାଉଥିଲା। ଏଭଳି କେଉଁ କାରଣରୁ ଘଟିଛି ସେନେଇ ତଦନ୍ତ କରାଯାଉଛି ବୋଲି ଆଲାସ୍କା ଏୟାରଲାଇନ୍ସ ପକ୍ଷରୁ ସୂଚନା ମିଳିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories