www.samajalive.in
Tuesday, December 9, 2025
17.1 C
Bhubaneswar

ମାନବ ସେବା ସଦନ ସଂଗଠନର ପ୍ରଥମ ପ୍ରତିଷ୍ଠା ଉତ୍ସବ

ଘଣ୍ଟାପଡ଼ା: କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ସତସଙ୍ଗ ପଡିଆରେ ରୁଗୁଡ଼ିପାଲି ମାନବ ସେବା ସଦନ ସ୍ବେଛାସେବୀ ସଂଗଠନର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ସଂଗଠନ ସଭାପତି ବଳରାମ ବାଘଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମାଜସେବୀ ନୀଳାଞ୍ଚଳ ଭୋଇ ମୁଖ୍ୟଅତିଥି, ଶିକ୍ଷାବିତ ଦେବରାଜ ସାହୁ ମୁଖ୍ୟବକ୍ତା, ସମାଜସେବୀ ଓମପ୍ରକାଶ ମିଶ୍ର ଏବଂ ଶିକ୍ଷାବିତ କାର୍ତ୍ତିକେଶ୍ୱର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ମାନବ ସେବା ଉପରେ ମାର୍ଗ ଦର୍ଶନ କରିଥିଲେ।
ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅନୁଷ୍ଠାନ ମାହେଶ୍ୱରୀ ସଂଗଠନ ବଲାଙ୍ଗୀର, ରକ୍ତଦାତା ପରିବାର କର୍ତ୍ତଙ୍ଗ, ମାହେଶ୍ୱରୀ ସଂଗଠନ ବ୍ରାହ୍ମଣୀ ଏବଂ ସ୍ବେଛାକୃତ ରକ୍ତଦାତା ମାନଙ୍କୁ ସମ୍ମାନିତ କରାଯାଇଥିଲା। ସଭା ପ୍ରାରମ୍ଭରେ ସମ୍ପାଦକ ବଂଶୀଧର ମାଝୀ ବାର୍ଷିକ ବିବରଣୀ ପଠନ କରିଥିଲେ। ମସିଣାଗୋରା ଶିଶୁ ମନ୍ଦିରର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ। ଉପଦେଷ୍ଟା ସଞ୍ଜୀବ କୁମାର ବେହେରା ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ। ସଦସ୍ୟ ସୁଶାନ୍ତ ବାରିକ ଧନ୍ୟବାଦ ଦେଇଥିଲେ। ପରେ ପ୍ରଗତି କଳା ପରିଷଦ କଣ୍ଟାମାଳ, ନୁଆଁପାଲି ହାଇସ୍କୁଲର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଶିଶୁ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମଧ୍ୟରାତ୍ରି ପର୍ଯ୍ୟନ୍ତ ଦର୍ଶକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories