www.samajalive.in
Monday, December 8, 2025
27.1 C
Bhubaneswar

ଆଦାନୀ-ହିଣ୍ଡେନ୍‌ବର୍ଗ ମାମଲା: ସେବି ତଦନ୍ତରେ ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍‌ ବିରୋଧରେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ଅଭିଯୋଗ ମାମଲାରେ ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି) ଚଳାଇଥିବା ତଦନ୍ତରେ ହସ୍ତକ୍ଷେପ କରିବା ପାଇଁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ବୁଧବାର ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ରାୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ସେବି ତଦନ୍ତରେ ସନ୍ଦେହ କରିବାର କୌଣସି କାରଣ ନାହିଁ। ଏଥିସହ ସେବି ପରିବେର୍ତ୍ତ ସ୍ପେସାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌(ଏସଆଇଟି)କୁ ତଦନ୍ତ ଭାର ହସ୍ତାନ୍ତର କରିବାର କୌଣସି ଯଥାର୍ଥତା ନାହିଁ ବୋଲି କହିଛନ୍ତି କୋର୍ଟ। ଅଦାଲତ ସେବିକୁ ୨୨ଟି ମାମଲାର ତଦନ୍ତ ଭାର ହସ୍ତାନ୍ତର କରିଥିଲେ, ଯେଉଁଥିରୁ ଆଉ ୨ଟି ମାମଲାର ତଦନ୍ତ ବାକି ଅଛି। ୩ ମାସ ମଧ୍ୟରେ ବାକି ମାମଲାର ତଦନ୍ତ ଶେଷ କରିବାକୁ ସୁପ୍ରିମକୋର୍ଟ ସେବିକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଆଦାନୀ ଗ୍ରୁପ୍‌ ଷ୍ଟକ୍‌ ପ୍ରାଇସ୍‌ ଜାଲିଆତି କରିଥିବା ଅଭିଯୋଗକୁ ନେଇ ସୃଷ୍ଟି ହୋଇଥିବା ଆଦାନୀ-ହିଣ୍ଡେନ୍‌ବର୍ଗ ବିବାଦ ଉପରେ ଆଗତ କେତେକ ପିଟିସନ୍‌ର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ଏହି ମାମଲାରେ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼, ବିଚାରପତି ଜେ. ବି. ପାର୍ଦିୱାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରାୟ ୪ଟି ପିଟିସନ୍‌ର ଶୁଣାଣି କରିଛନ୍ତି।

- Advertisement -

 

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories