www.samajalive.in
Saturday, December 6, 2025
26.1 C
Bhubaneswar

ମର୍ମନ୍ତୁଦ ; କାର ଦୁର୍ଘଟଣାରେ ୬ ଯୁବକ ମୃତ

ରାଞ୍ଚି : ଝାଡଖଣ୍ଡର ଜାମସେଦପୁରରେ ନୂଆବର୍ଷରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ କାର୍‌‌ ଅନିୟନ୍ତ୍ରିତ ହୋଇ ଡିଭାଇଡରରେ ପିଟି ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମୟରେ କାରରେ ଆଦିତ୍ୟପୁର ବାସିନ୍ଦା ପ୍ରାୟ ୮ ଜଣ ଯାତ୍ରା କରୁଥିଲେ। ୫ ଜଣଙ୍କର ଘଟଣା ସ୍ଥଳରେ ଓ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ୨ ଜଣ ଗୁରୁତର ହୋଇଛନ୍ତି।
ମିଳିଥିବା ସୂଚନାନୁଯାୟୀ, ସୋମବାର ଭୋର ସମୟରେ ୫ଟା୧୫ରେ ଜାମସେଦପୁର ପରିସଦନ ଗୋଲ ଚକ୍କର ନିକଟରେ ଏକ କାର ଅନିୟନ୍ତ୍ରିତ ହୋଇ ଗଛ ସହ ଧକ୍କା ହେବା ପରେ କାର୍‌‌ଟି ଭାଙ୍ଗି ରୁଜି ଯାଇଥିଲା। କାରରେ ଥିବା ଆଠ ଜଣ ଯୁବକଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଓ ଉଦ୍ଧାର କାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ଜାମସେଦପୁର ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁଯାୟୀ, ଏହି କାରରେ ପାଞ୍ଚ ଜଣଙ୍କ ବସିବାର କ୍ଷମତା ଥିଲା, କିନ୍ତୁ ଏଥିରେ ଆଠ ଜଣ ଲୋକ ଯାତ୍ରା କରୁଥିଲେ। କାରଟି ପ୍ରଥମେ ଡିଭାଇଡର୍ ଏବଂ ପରେ ରାସ୍ତା କଡ଼ରେ ଥିବା ସ୍ତମ୍ଭକୁ ଧକ୍କା ଦେଇଥିଲା।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories