www.samajalive.in
Monday, December 8, 2025
17.1 C
Bhubaneswar

ଉତ୍ତରାଚଣ୍ଡୀ କ୍ଲବର ନାଟ୍ୟୋତ୍ସବ ଉଦ୍‌‌ଯାପିତ

ଆଠଗଡ଼: ଆଠଗଡ଼ର ଅନ୍ୟତମ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଉତ୍ତରାଚଣ୍ଡୀ କ୍ଲବ ଆନୁକୁଲ୍ୟରେ ଚାଲିଥିବା ୨ଦିନିଆ ନାଟ୍ୟୋତ୍ସବ ଶନିବାର ରାତିରେ ଉଦ୍‌‌ଯାପିତ ହୋଇଯାଇଛି। ସ୍ଥାନୀୟ ଝୁଲଣ ପଡ଼ିଆରେ ଆୟୋଜିତ ଏହି ନାଟ୍ୟୋତ୍ସବର ଉଦ୍‌‌ଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ମଞ୍ଚନାଟକର ଏକ ଭିନ୍ନ ସ୍ୱାଦ ଓ ଆକର୍ଷଣ ରହିଛି ବୋଲି କହିବା ସହ ଆଠଗଡ଼ ଅଞ୍ଚଳରେ ମଞ୍ଚନାଟକ ଓ ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ ଜାରି ରହିବ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ବରେଣ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଯୋଗଦେଇ ଆଠଗଡ଼ ମାଟି କଳାକାରଙ୍କ ସାଧନାର ପୂଣ୍ୟଭୂମି ଏବଂ ଏଠାରେ କଳା ସାଧନା କରି ବହୁ କଳାକାର ସିଦ୍ଧିଲାଭ କରିବା ସହ ଦେଶ ବିଦେଶରେ ସୁନାମ ଅର୍ଜନ କରି ଆଠଗଡ଼ ତଥା ଓଡ଼ିଶା ପାଇଁ ଗୌରବ ଆଣି ପାରିଛନ୍ତି ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ ଏବଂ ନାଟ୍ୟକାର ତଥା ସାହିତ୍ୟିକ ଡଃ ରଞ୍ଜନ ମହାନ୍ତି ଉଦ୍‌‌ବୋଧନ ଦେଇଥିଲେ। କ୍ଲବର ସଭାପତି ଅରୁଣ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଂପାଦକ ପୁପୁନ ଦାସ ବିବରଣୀ ପାଠ କରିଥିଲେ। ଶୁକ୍ରବାର ଉତ୍ତରାଚଣ୍ଡି କ୍ଲବ ପକ୍ଷରୁ ‘କାନ୍ଦନା, ଲୁହ ସରିଯିବ’ ଏବଂ ଶନିବାର ‘କହ୍ନେଇ ରଜା ମୋ ବାଇଦ ବଜା’ ଆଦି ଦୁଇଟି ନାଟକ ପରିବେଷଣ କରାଯାଇଥିଲା। ସରସୀ ରଞ୍ଜନ ପଟ୍ଟନାୟକ, ରାଜକିଶୋର ନାୟକ ଓ ପ୍ରଶାନ୍ତ ପରିଡ଼ା ନାଟ୍ୟ ନିର୍ଦ୍ଦେଶନା ଦେଇଥିବାବେଳେ ବିକାଶ ଶୁକ୍ଳ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। କ୍ଲବର ଉପଦେଷ୍ଟା ଆଇନଜୀବୀ ପ୍ରମୋଦ କୁମାର ଜେନା, ଜ୍ଞାନରଞ୍ଜନ ମହାପାତ୍ର ଓ ନବକିଶୋର ରାଉତଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ନାଟକ ପରିଚାଳନାରେ ସହଯୋଗ କରିଥିଲେ। ସଂପାଦକ ସନ୍ତୋଷ କୁମାର ବର୍ମା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଦୁଇ ରାତି ନାଟକ ଦେଖିବା ପାଇଁ ଆଠଗଡ଼ ସହର ତଥା ନିକଟବର୍ତ୍ତୀ ଗ୍ରାମାଞ୍ଚଳର ଶହ ଶହ ଦର୍ଶକଙ୍କର ସମାଗମ ଦେଖିବାକୁ ମିଳିଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories