www.samajalive.in
Monday, December 8, 2025
20.1 C
Bhubaneswar

ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଲଇଡାସ୍ଥିତ ଜଗନ୍ନାଥ ଖେଳ ପଡିଆରେ ଆଜି ଠାରୁ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏହି ଅବସରରେ ଆୟୋଜିତ ସମାରୋହରେ ପୂର୍ବତନ ବିଧାୟକ ରମେଶ ପଟୁଆ, ଡାକ୍ତର ତଥା ସାମ୍ବାଦିକ ରାଜରାମ ଷଢଙ୍ଗୀ, ରେଙ୍ଗାଲି ବ୍ଲକ ସାମ୍ବାଦିକ ସଂଘ ସଭାପତି ହରିହର ନାଥ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ। ଆଞ୍ଚଳିକ କ୍ରୀଡା କମିଟୀର ପ୍ରେମଦୀପ ସାହୁ, କବିର୍ ଶରଣ ନାଏକ, ଆକାଶ ରାଜ୍ ପଟେଲ, ବଣ୍ଟି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ମ୍ୟାଚରେ ଇଏଫ୍ସି ଝାଡଖଣ୍ଡ ଲଇଡା ରେଡ୍ ଟିମକୁ ପରାସ୍ତ କରି ପରବର୍ତ୍ତି ରାଉଣ୍ଡକୁ ଉନ୍ନୀତ ହୋଇଛି। ଆଞ୍ଚଳିକ କ୍ରୀଡା କମିଟି ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ୧୬ଟି ପୁରୁଷ ଦଳ ଏବଂ ୪ଟି ମହିଳା ଦଳ ଅଂଶଗ୍ରହଣ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories