www.samajalive.in
Monday, December 8, 2025
27.1 C
Bhubaneswar

ସ୍ୱୀକୃତିପ୍ରାପ୍ତ ଡିଗ୍ରୀ ନୁହେଁ ଏମଫିଲ, ଆଡମିଶନ ନ କରିବାକୁ ୟୁଜିସିର ବିଜ୍ଞପ୍ତି

ଡେସ୍କ: ଛାତ୍ରଛାତ୍ରୀମାନଙ୍କୁ ଏମଫିଲ ଡିଗ୍ରୀ ପାଠ୍ୟକ୍ରମରେ ଆଡମିଶନ ନକରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏକ ବିଜ୍ଞପ୍ତି ଜାରି କରିଛନ୍ତି। କାରଣ ଏହା ଆଉ ଏକ ସ୍ୱୀକୃତିପ୍ରାପ୍ତ ଡିଗ୍ରୀ ନୁହେଁ। ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଏହା ଅବୈଧ ହୋଇଥିବାରୁ ଏମଫିଲ ପାଠ୍ୟକ୍ରମରେ ଆଡମିଶନ ନଦେବାକୁ ଆୟୋଗ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଚେତାବନୀ ଦେଇଛି।

କମିଶନ କହିଛନ୍ତି ଯେ କିଛି ବିଶ୍ୱବିଦ୍ୟାଳୟ ଏମଫିଲ ପାଠ୍ୟକ୍ରମ ପାଇଁ ନୂତନ ଆବେଦନକୁ ଆମନ୍ତ୍ରଣ କରୁଛନ୍ତି। କମିଶନ କହିଛନ୍ତି ଯେ, ଏମଫିଲ ଡିଗ୍ରୀ ଆଉ ଏକ ସ୍ୱୀକୃତିପ୍ରାପ୍ତ ଡିଗ୍ରୀ ନୁହେଁ। ବିଜ୍ଞପ୍ତି ଜାରି କରି ଆୟୋଗ ୟୁଜିସି ନିୟମାବଳୀ ୨୦୨୨ର ରେଗୁଲେସନ ନମ୍ବର ୧୪ ଉପରେ ଗୁରୁତ୍ୱାରୋପ କରିଛନ୍ତି, ଯାହା ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଏମଫିଲ ପାଠ୍ୟକ୍ରମ ଚଳାଇବାକୁ ସ୍ପଷ୍ଟ ଭାବରେ ବାରଣ କରିଛି। ୟୁଜିସି ପୂର୍ବରୁ ଏମଫିଲ ଡିଗ୍ରୀକୁ ବେଆଇନ ଘୋଷଣା କରିଥିଲା ​​ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏମଫିଲ ପାଠ୍ୟକ୍ରମ ପ୍ରଦାନ ନକରିବାକୁ ନିର୍ଦ୍ଦେଶ ଦେଇଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories