www.samajalive.in
Sunday, December 7, 2025
16.1 C
Bhubaneswar

୧୩ ତମ ସର୍ବଭାରତୀୟ ଓପେନ କରାଟେ ପ୍ରତିଯୋଗିତା

ଫୁଲବାଣୀ: ୧୩ ତମ ସର୍ବଭାରତୀୟ ଓପେନ କରାଟେ ଚମ୍ପିୟାନରେ ବିଭିନ୍ନ ପ୍ରାନ୍ତରୁ ୧୦୦୦ ପାଖ ପାଖି କରାଟେ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସେଥିମଧ୍ୟରୁ କନ୍ଧମାଳରୁ ୧୨ ପ୍ରତିଯୋଗୀ ଅଂଶ ଗ୍ରହଣ କରି ମୋଟ ୧୩ ପଦକ ହାତେଇଛନ୍ତି।ସେଥିରେ ରହିଛି ସ୍ଵର୍ଣ ପଦକ ୬ଟି, ରୌପ୍ୟ ପଦକ ୨ଟି ଏବଂ କାଂସ୍ୟ ପଦକ୫ଟି। ସିନିୟର କାଟାଗୋରିରେ ଆକାଶ ନାୟକ ଫାଇଟରେ କାଂସ୍ୟ ପଦକ, ପ୍ରମିଶ ଦିଗାଳ ଫାଇଟରେ କାଂସ୍ୟ ପଦକ, ଅରବିନ୍ଦ ପାତ୍ର ଫାଇଟରେ ରୌପ୍ୟ ପଦକ ଏବଂ ସୁବ୍ରତ ଦିଗାଳ କାଟାରେ କାଂସ୍ୟ ପଦକ ଆଉ ଫାଇଟରେ କାଂସ୍ୟ ପଦକ, ବୟସ କାଟାଗୋରିରେ ରୁଦ୍ରନାରାୟଣ ପ୍ରଧାନ ଫାଇଟରେ କାଂସ୍ୟ ପଦକ, ପ୍ରିୟାଂଶୁ ଶେଖର କାଟାରେ ସ୍ଵର୍ଣ ପଦକ ଆଉ ଫାଇଟରେ ସ୍ଵର୍ଣ ପଦକ, ସ୍ୱୟଂ ମହାପାତ୍ର କାଟାରେ ସ୍ଵର୍ଣ ପଦକ, ସାନଭି ସାଧନା କାଟାରେ ରୌପ୍ୟ ପଦକ ଆଉ ଫାଇଟରେ ସ୍ଵର୍ଣ ପଦକ ହାତେଇ ଥିବାବେଳେ ଅଭିଜୀତ କାଟାରେ ସ୍ଵର୍ଣ ପଦକ ଏବଂ ଫାଇଟରେ ସ୍ଵର୍ଣ ପଦକ ହାତେଇ କନ୍ଧମାଳ ଏବଂ ରାଜ୍ୟର ଗୌରବ ଅର୍ଜନ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories