www.samajalive.in
Tuesday, December 9, 2025
16.1 C
Bhubaneswar

ଡିସେମ୍ବର ୩୦ ତାରିଖ, ୧୯୩୩- ସମାଜରେ ବାହାରିଥିବା ଖବର

ପ୍ରଳୟ ଅଗ୍ନିକାଣ୍ଡ
୩୦୦ ଘର ପୋଡ଼ିଗଲା
ରେଙ୍ଗୁନ୍, ୨୭।୧୨।୩୩:ମରଗୁଈ ପଲାଉଠାରେ ନିଆଁ ଲାଗି ୩୦୦ ଘର ପୋଡ଼ିଯାଇଛି। ୩ଜଣ ଲୋକ ପୋଡ଼ିମରିଯାଇଛନ୍ତି ଓ ଅଢ଼େଇ ଲକ୍ଷ ଟଙ୍କାର ଜିନିଷ ପୋଡ଼ି ନଷ୍ଟ ହୋଇଯାଇଛି।
ଗାନ୍ଧୀ ଦର୍ଶନ ଲାଗି ଭୀଷଣ ଭିଡ଼
ଭିଜାଗାପଟମ୍, ୨୮।୧୨।୩୩:ଆଜି ଦିନବେଳା ୧ଟା ୪୦ମିନିଟ୍‌ରେ ଗାନ୍ଧିଜୀ ୱାଲଟିଅର୍‌ଠାରେ ପହଞ୍ଚିଲେ। ଅସଂଖ୍ୟ ଲୋକ ଷ୍ଟେସନ୍‌ରେ ଆସି ଆଗରୁ ଜମା ହୋଇଥିଲେ। ଗାନ୍ଧିଜୀ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କ ବେକରେ ଫୁଲମାଳ ଦିଆଗଲା ଓ ସେ ଯାଇ ତାଙ୍କ ପାଇଁ ରଖାହୋଇଥିବା ମଟର ଗାଡ଼ିରେ ବସିଲେ। ଭିଡ଼ ଭିତ​‌େ​‌ର ଅନେକ କଷ୍ଟରେ ତାଙ୍କ ମଟର ବାହାରିଲା। ଗାନ୍ଧିଜୀ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ୨ଟା ୪୫ ମିନିଟ୍ ଯାଏଁ ବିଶ୍ରାମ ନେଲେ।
ହାତଲେଖା ବାଇବେଲ୍
୧୦ ଲକ୍ଷ ପାଉଣ୍ଡରେ କିଣା ହେଲା
ଲଣ୍ଡନ,ତା୨୧।୧୨।୩୩: ରୁଷିଆ ସରକାରଙ୍କଠାରେ ଅନେକ ଦିନର ପୁରୁଣା ହାତଲେଖା ବାଇବେଲ୍ ଖଣ୍ଡିଏ ଥିଲା। ବିଲାତ ସରକାର ରୁଷିଆ ସରକାରଙ୍କୁ ୧୦ଲକ୍ଷ ପାଉଣ୍ଡ ମୂଲ୍ୟ ଦେଇ ସେ ଖଣ୍ଡିଏ ବହି କିଣିକି ନେଇଛନ୍ତି। ତାହା ଏଇ ବଡ଼ଦିନ ଉତ୍ସବରେ ବିଲାତରେ ପ୍ରଦର୍ଶନୀରେ ଦେଖା ହେବ। ଏ ବହିର ଲମ୍ବା ୧୫ ଇଞ୍ଚ ଓ ଓସାର ୧୩ଇଞ୍ଚ। ବିଲାତରେ ସମସ୍ତେ ଏ ପୁରୁଣା ବାଇବେଲ୍‌କୁ ଦେଖିବା ପାଇଁ ବଡ଼ ଆଗ୍ରହ ପ୍ରକାଶ କରୁଛନ୍ତି।
କାକଟପୁର କେନ୍ଦ୍ରରେ
ଆଚାର୍ଯ୍ୟ ହରିହର
କାକଟପୁର,ତା୨୮।୧୨।୩୩:ଆଜି ଏଠାକୁ ଆଚାର୍ଯ୍ୟ ହରିହର ଆସିଛନ୍ତି। ଏଠା ବନ୍ୟା ସାହାଯ୍ୟ କେନ୍ଦ୍ରର ଦୁଃସ୍ଥମାନଙ୍କୁ କେତେଗୁଡ଼ିଏ ଖଦଡ଼ ଲୁଗା ସାହାଯ୍ୟ ଦେଇଛନ୍ତି। ସେଥିନିମନ୍ତେ ସ୍ଥାନୀୟ ହାଟତୋଟା ବହୁତ ଲୋକାରଣ୍ୟ ହୋଇଥିଲା। ଦିନତମାମ ଲୁଗା ବଣ୍ଟନ କରାଯାଇଥିଲେ ହେଁ କାର୍ଯ୍ୟ ଶେଷ ହୋଇପାରିନାହିଁ। ୫୦୦ ପର୍ଯ୍ୟନ୍ତ ପରିବାର ବସ୍ତ୍ର ସାହାଯ୍ୟ ପାଇଛନ୍ତି। ପୁଣି କାଲି ସକାଳେ ଅବଶିଷ୍ଟ ବସ୍ତ୍ର ବଣ୍ଟନ କରାଯିବ। କେନ୍ଦ୍ରର କର୍ମୀମାନଙ୍କ ସଙ୍ଗେ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘର କର୍ମୀ ରହି କାର୍ଯ୍ୟ କରୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories