www.samajalive.in
Monday, December 8, 2025
20.1 C
Bhubaneswar

କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା

କୋଣାର୍କ : ଗତ ୧ତାରିଖ ଠାରୁ ଆରମ୍ଭ ହୋଇଥିବା ୫ଦିନିଆ କୋଣାର୍କ ଉତ୍ସବର ଆଜି ଥିଲା ତୃତୀୟ ସନ୍ଧ୍ୟା। ଏହି ତୃତୀୟ ସନ୍ଧ୍ୟାକୁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଉଦଘାଟନ କରିଥିଲେ। ଏହି ସନ୍ଧ୍ୟାରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପର୍ଯ୍ୟଟନ ଵିଭାଗର ଅଧ୍ୟକ୍ଷ ହକିତାରକା ଦିଲ୍ଲୀପ ତିର୍କୀ, ସଂଗୀତା ଗୋସାଇଁ, ଓଡିଶା ମହାଲେଖା କାର ମଧୁମିତା ବସୁ ପ୍ରମୁଖ ଯୋଗଦେଇଥିଲେ। ଏହି ତୃତୀୟ ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତି ଥିଲା ଓଡିଶୀ ନୃତ୍ୟରେ ଲୀଳା ମାଧୁରୀ ଓଡିଆ ସାହିତ୍ୟର ରୀତି ଯୁଗୀୟ ସାଧକ ବଳଦେବ ରଥଙ୍କ କୃତି। କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ କ ଠାରୁ କ୍ଷ ପର୍ଯ୍ୟନ୍ତ ବର୍ଣ୍ଣମାଳାର ପଦ୍ୟାବଳୀ ଶ୍ରୀ ରାଧା ଓ କୃଷ୍ଣଙ୍କ ପ୍ରଣୟର ମହାଘ୍ୟ ମୁହୂର୍ତ୍ତର ମାର୍ମିକ ଵେଦନାକୁ ପରିଵେଷଣ କରିଥିଲେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର କଳାକାରଗଣ। ଏହି କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଉପ୍ତଳ କୁମାର ପତି, ସହକାରୀ ନିର୍ଦ୍ଦେଶକ ବିଜୟ କୁମାର ଜେନା, ଭଵାନୀ ଚରଣ ପଣ୍ଡା, ଭାବଗ୍ରାହୀ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ଠାରେ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ଦେଖିବାକୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଏହି ଉତ୍ସବରେ ଯୋଗଦେଇଥିବା ଭାରତ ଓ ଭାରତ ବାହାରୁ ୧୦୧ଜଣ ଵାଲୁକା ଶିଳ୍ପୀ। ସେମାନେ ବାଲୁକା କଳା ମାଧ୍ୟମରେ ନିଜର କଳା ପ୍ରଦର୍ଶନ କରିଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories