www.samajalive.in
Saturday, December 6, 2025
26.1 C
Bhubaneswar

‘ସାଲାର’: ପ୍ରଭାସଙ୍କଠାରୁ ପ୍ରଶାନ୍ତ ନୀଲ୍‌ ପର୍ଯ୍ୟନ୍ତ, ଫିଲ୍ମର ୫ କଳାକାରଙ୍କ ଫିସ୍‌ ଜାଣି ହେବେ ଚକିତ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟାଇ ମୁକ୍ତିଲାଭ କରିଛି ପ୍ରଭାସଙ୍କ ଚଳଚ୍ଚିତ୍ର ‘ସାଲାର’। ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ଆକର୍ଷିତ କରିଛି ଏବଂ ସମସ୍ତେ ତାଙ୍କ ପ୍ରଶଂସା କରିଛନ୍ତି। ଚଳଚ୍ଚିତ୍ରର କାହାଣୀ ଓ ଆକ୍ସନ ଦର୍ଶକଙ୍କୁ ଆଖି ପତା ପକାଇବାକୁ ଦେଉନାହିଁ। ‘ସାଲାର’ରେ ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ, ଶ୍ରୁତି ହାସନ, ଜଗପତି ବାବୁ, ବବି ସିମ୍‌ହା, ଟିନୁ ଆନନ୍ଦ, ଈଶ୍ବରୀ ରାୟ, ଶ୍ରୀୟା ରେଡ୍ଡୀ, ରାମଚନ୍ଦ୍ର ରାଜୁ ପ୍ରମୁଖ କଳାକାର ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ପ୍ୟାନ୍‌ ଇଣ୍ଡିଆ ଚଳଚ୍ଚିତ୍ର ‘ସାଲାର’ର ନିର୍ଦେଶନା ଦେଇଛନ୍ତି ‘କେଜିଏଫ’ ନିର୍ଦେଶକ ପ୍ରଶାନ୍ତ ନୀଲ୍‌। ତେବେ ଏହି ଫିଲ୍ମରେ କଳାକାରମାନେ ନିଜ ଅଭିନୟ ପାଇଁ କେତେ ଟଙ୍କା ଚାର୍ଜ କରିଛନ୍ତି ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆସନ୍ତୁ ଜାଣିବା ଫିଲ୍ମରେ ଅଭିନୟ କରିଥିବା କିଛି ପ୍ରମୁଖ କଳାକାରଙ୍କ ପାଉଣା ବିଷୟରେ –

ପ୍ରଭାସ:

- Advertisement -

ମିଡିଆ ରିପୋର୍ଟ ଅନୁସାରେ, ପ୍ରଭାସ ‘ସାଲାର’ ପାଇଁ ପ୍ରାୟ ୧୦୦ କୋଟି ଟଙ୍କା ନେଇଛନ୍ତି। କେବଳ ଏତିକି ନୁହେଁ, ଫିଲ୍ମର ଲାଭରେ ମଧ୍ୟ ତାଙ୍କର ଭାଗ ରହିବ ଏବଂ ଏହି ଭାଗ ପ୍ରାୟ ୧୦ ପ୍ରତିଶତ ରହିବ। ଏହି କାରଣରୁ ‘ସାଲାର’ ପାଇଁ ପ୍ରଭାସଙ୍କ ପାଉଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଶ୍ରୁତି ହାସନ:

‘ସାଲାର’ର ନାୟିକା ଶ୍ରୁତି ହାସନ ତାଙ୍କ ଭୂମିକା ପାଇଁ ପ୍ରାୟ ୮ କୋଟି ଟଙ୍କା ଚାର୍ଜ କରିଛନ୍ତି। ଦୀର୍ଘ ଦିନ ପରେ ଶ୍ରୁତିଙ୍କୁ ପ୍ରଭାସଙ୍କ ସହ ଦେଖିବାକୁ ମିଳିଛି।

ପୃଥ୍ବୀରାଜ ସୁକୁମାରନ:

‘ସାଲାର’ ପାଇଁ ମାଲାୟାଲମ ଫିଲ୍ମର ସୁପରଷ୍ଟାର ପୃଥ୍ବୀରାଜ ସୁକୁମାରନଙ୍କୁ ପ୍ରାୟ ୫ରୁ ୬ କୋଟି ଟଙ୍କା ପାଉଣା ମିଳିଛି। ଚଳଚ୍ଚିତ୍ରରେ ସେ ପ୍ରଭାସଙ୍କ ସାଙ୍ଗ ଭୂମିକାରେ ଅଭିନୟ କରିଛନ୍ତି।

ଜଗପତି ବାବୁ:

ସାଉଥ୍‌ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ଜଗପତି ବାବୁ ଏହି ଫିଲ୍ମ ପାଇଁ ପ୍ରାୟ ୪ କୋଟି ଟଙ୍କା ଫିସ୍‌ ନେଇଛନ୍ତିି।

ପ୍ରଶାନ୍ତ ନୀଲ୍‌:

‘ସାଲାର’ ପାଇଁ ଫିଲ୍ମ ନିର୍ଦେଶକ ପ୍ରଶାନ୍ତ ନୀଲ୍‌ ମଧ୍ୟ ମୋଟା ଦରମା ନେଇଛନ୍ତି। କୁହାଯାଉଛି ଯେ, ସେ ଏହି ପ୍ରୋଜେକ୍ଟ ପାଇଁ ୫୦ କୋଟି ଟଙ୍କା ଚାର୍ଜ କରିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories