www.samajalive.in
Saturday, December 6, 2025
26.1 C
Bhubaneswar

ଦୌଡ଼ି ଦୌଡ଼ି ନୟାନ୍ତ ; ସ୍ୱାମୀ ମୃତ୍ୟୁର ଚାରି ବର୍ଷ ପରେ ବି ବିଧବା ଭତ୍ତାରୁ ବଞ୍ଚିତ ହାରାବତୀ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ଗ୍ରାମପଞ୍ଚାୟତରେ ଏକ ପ୍ରକାର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ଓ ଜାତୀୟ ପରିବାର ମଙ୍ଗଳ ଯୋଜନା ବାଟବଣା ହୋଇଥିବା ଜଣାପଡ଼ିଛି । ଯାହା ଫଳରେ ଅସହାୟ ଗରିବ ବିଧବା ମହିଳା ମାନେ ବର୍ଷ ବର୍ଷ ଧରି ଭତ୍ତା ପାଇପାରୁନଥିବା ଅଭିଯୋଗ ହେଉଛି। ସ୍ୱାମୀ ଆର ପ।ରିକୁ ଚାଲିଯିବା ଠାରୁ ଆଜକୁ ଚାରି ବର୍ଷରୁ ଉର୍ଦ୍ଧ ଏକାକି ଭାବେ ଜୀବନ ବିତାଉଛନ୍ତି ଲାଞ୍ଜି ଗ୍ରାମପଞ୍ଚାୟତ ଅଧୀନସ୍ତ ରାଏଲ ଗୁଡ଼ା ଗାଁର ହାରାବତୀ ଉଇକା। ଏପଟେ ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିବା ସହ ସରପଞ୍ଚଙ୍କ ଠାରୁ ଅନେକ ସରକାରୀ ବାବୁଙ୍କୁ ଗୁହାରି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଧବା ଭତ୍ତା ଖଣ୍ଡିକ ଓ ଜାତୀୟ ପରିବାର ମଙ୍ଗଳ ଯୋଜନାରୁ ୨୦ ହଜାର ଟଙ୍କା ଏପର୍ଯ୍ୟନ୍ତ ପାଇପାରୁନଥିବା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ବିଧବା ହାରାବତୀ।
ପରିବାରଟି ଅତି ଗରିବ ହୋଇଥିବାବେଳେ ସ୍ୱାମୀ ମୃତ୍ୟୁ ପରଠାରୁ ଏକା କୁଲି ମଜୁରୀ କରି ନିଜ ପେଟପାଟଣା ଭରଣ ପୋଷଣ କରୁଛନ୍ତି ହାରାବତୀ । ତେବେ ଜାତୀୟ ପରିବାର ମଙ୍ଗଳ ଯୋଜନାରୁ ୨୦ ହଜାର ଟଙ୍କା ସହ ଭତ୍ତା ଖଣ୍ଡିକ ଯୋଗାଇ ଦେବାପାଇଁ ହାରାବତୀ ସରକାର ତଥା ପ୍ରଶାସନଙ୍କୁ ଆକୁଳ ଗୁହାରି କରିଛନ୍ତି। ଏନେଇ ସ୍ଥାନୀୟ ପିଇଓଙ୍କୁ ପଚାରିବାରୁ କହିଛନ୍ତି, ଗତ ନଭେମ୍ବର ମାସରେ ହାରାବତୀଙ୍କ ନାମରେ ମଧୁବାବୁ ପେନସନ ଯୋଜନା ସେକ୍ସନ ହୋଇଯାଇଛି। ହେଲେ ଏଠି ପରିତାପର ବିଷୟ ଗଣ ମାଧ୍ୟମ ସମ୍ମୁଖରେ ହାରାବତୀ ପ୍ରକାଶ କରିଛନ୍ତି କି ଆଜି ପର୍ଯ୍ୟନ୍ତ ଭତ୍ତା ପାଇନାହିଁ। ପିଇଓଙ୍କ କହିବା ଅନୁସାରେ ଦୁଇ ମାସ ହେଲା ଭତ୍ତା ହୋଇଛି ବୋଲି ହେଲେ ହାରାବତୀଙ୍କ ସ୍ୱାମୀ ମୃତ୍ୟୁର ବିଗତ ଚାରି ବର୍ଷ ବିତିଗଲା ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ଯୋଜନାରେ ବଞ୍ଚିତ। ଏପରିକି ପଞ୍ଚାୟତ କର୍ତୃପକ୍ଷ ଭୁଲ ପାଇଁ ହାରାବତୀ ଭଳି ଅନେକ ବିଧବା ମହିଳା ଭତ୍ତା ଯୋଜନାରୁ ବଞ୍ଚିତ ରହୁଛନ୍ତି। ତେବେ ଲାଞ୍ଜିଗଡ଼ ବ୍ଲକର ସମସ୍ତ ପଞ୍ଚାୟତର ବିଧବା ମହିଳାଙ୍କୁ ଚିହ୍ନଟ କରି ତୁରନ୍ତ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବାକୁ ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି।

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories