www.samajalive.in
Monday, December 8, 2025
17.1 C
Bhubaneswar

ଓଡିଶା ସାଂସ୍କୃତିକ ସମାଜ ଆନୁକୁଲ୍ୟରେ ମେଧା ପ୍ରୋତ୍ସାହନ କାର୍ୟ୍ୟକ୍ରମ ଆୟୋଜନ

ସମ୍ବଲପୁର: ଓଡିଶା ସାଂସ୍କୃତିକ ସମାଜ, ସମ୍ବଲପୁର ଆନୁକୁଲ୍ୟରେ ଶାସନ ହାଇ ସ୍କୁଲ ଠାରେ ମେଧା ପ୍ରୋତ୍ସାହନ କାର୍ୟ୍ୟକ୍ରମ ପ୍ରଧାନ ଶିକ୍ଷୟତ୍ରି ଶ୍ରୀମତୀ ତାରାବତୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଓଡିଶା ସାଂସ୍କୃତିକ ସମାଜ, ସଭାପତି ଶ୍ରୀ ଅଶୋକ କୁମାର ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଯୋଗୀ ମନୋଭାବ ନେଇ ପାଠ ତଥା ଅନ୍ୟ କ୍ଷେତ୍ରରେ ନିଜର ଶ୍ରେଷ୍ଠତା ପ୍ରମାଣିତ କରିବା ପାଇଁ ଉଦବୋଧନ ଦେଇଥିଲେ। ଓଡିଶା ସାଂସ୍କୃତିକ ସମାଜ ଉପ ସଭାପତି ଶ୍ରୀ ଶିବ ନାରାୟଣ ପାଣିଗ୍ରାହୀ ଛାତ୍ରଛାତ୍ରୀ ମାନେ ନିଜ ଆଦର୍ଶ ସହିତ ମହାପୁରୁଷ ମାନଙ୍କ ଚରିତ୍ର ଅଧ୍ୟୟନ କରି ଅନୁସରଣ କରିବାକୁ କହିଥିଲେ। ଶ୍ରୀ ଦୀନବନ୍ଧୁ ପଣ୍ଡା ମେଧା ପ୍ରୋତ୍ସାହନ କାର୍ୟ୍ୟକ୍ରମର ଆଭିମୁଖ୍ୟ ତଥା ଉଦ୍ଧେଶ୍ୟ ବିଷୟରେ ଅଧିକ ସୂଚନା ଦେଇଥିଲେ। କାର୍ୟ୍ୟକ୍ରମକୁ ସଂଯୋଜନା କରି ଡ ଗୌରୀ ଦାସ ପ୍ରଧାନ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଉଦାହରଣ ସହ ପ୍ରଶ୍ନ ପଚାରି ସେମାନେ ସମସ୍ତେ ଅମୃତ ସାଗର ବିନ୍ଦୁ ବୋଲି ଅଭିହିତ କରି ଭବିଷ୍ୟତ ଜୀବନରେ ଅମୃତମୟ ହେବାକୁ କହିଥିଲେ। ସଭାରେ ୬ଷ୍ଠ ଠାରୁ ଦଶମ ପର୍ୟ୍ୟନ୍ତ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀ ଯଥା – ସୋମ୍ୟରଞ୍ଜନ ମେହେର, କାହ୍ନା ପାତ୍ର, ପ୍ରଜ୍ଞାପ୍ସସୁ ସାହୁ, ଅର୍ପଣ ସାଥୁଆ ଓ କୁସ୍ମିତା ସାହୁଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଧାନ ଶିକ୍ଷୟତ୍ରି ଏପରି କାର୍ୟ୍ୟକ୍ରମ ଆୟୋଜନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିବାରୁ ଅନୁଷ୍ଠାନକୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟତ୍ରି ଶ୍ରୀମତୀ ଅନୁପମା ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories