www.samajalive.in
Monday, December 8, 2025
27.1 C
Bhubaneswar

ପ୍ରଦୂଷଣ ସମସ୍ୟା:ଦିଲ୍ଲୀ ସରକାରଙ୍କୁ ୨୫କୋଟି ଜୋରିମାନା

ନୂଆଦିଲ୍ଲୀ: ପ୍ରଦୂଷଣ ପ୍ରକୋପରେ ଦିଲ୍ଲୀ। ସରକାରଙ୍କ ଏକାଧିକ ପଦକ୍ଷେପ ସତ୍ତେ୍ୱ ଦିଲ୍ଲୀର ବାତାବରଣକୁ ସ୍ୱଚ୍ଛ କରିବାରେ ଦିଲ୍ଲୀ ସରକାର ବିଫଳ। ଏହାକୁ ଭିତ୍ତି କରି ଏନଜିଟି(ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ) ଦିଲ୍ଲୀ ସରକାରଙ୍କ ଉପରେ ୨୫କୋଟି ଟଙ୍କାର ଜୋରିମାନା ଲଗାଇଛନ୍ତି। ଏହି ଜୋରିମାନା ପ୍ରଦୂଷଣ ନିରାକରଣ ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀଙ୍କ ଦରମାକୁ ଆଦାୟ କରିବାକୁ ଏନଜିଟି ନିର୍ଦେଶ ଦେଇଛି। ଏନଜିଟିର ଏଭଳି ନିର୍ଦେଶ ଏବେ ଦିଲ୍ଲୀ ସରକାରଙ୍କ ନିଦ ହଜାଇ ଦେଇଛି। ଯଦି ଏକକାଳୀନ ଏତେଗୁଡ଼ିଏ ରାଶି ଆଦାୟ କରିବାରେ ଦିଲ୍ଲୀ ସରକାର ବିଫଳ ହେବେ ତେବେ ପ୍ରତି ମାସ ୧୦କୋଟି ଜୋରିମାନା ବାବାଦକୁ ବିଭାଗୀୟ ଅଧିକାରୀଙ୍କ ଦରମାକୁ ସଂଗ୍ରହ କରିବାକୁ ଏନଜିଟି ନିର୍ଦେଶ ଦେଇଛି। ଏନଜିଟି ଏକ ପୁରୁଣା ମାମଲାର ଶୁଣାଣି କରିବାକୁ ଯାଇ ଏହି ନିର୍ଦେଶ ଦେଇଛନ୍ତି। ଏହି ମାମଲାର ଏନଜିଟିର ରାୟକୁ ଦିଲ୍ଲୀ ସରକାର ପାଳନ କରି ନଥିଲେ। ପୂର୍ବରୁ ମଧ୍ୟ ଦିଲ୍ଲୀ ଏନସିଆରରେ ପ୍ରଦୂଷଣସ୍ତର ତୀବ୍ର ବେଗରେ ବଢିବା ଦ୍ୱାରା ଏନଜିଟି ଶକ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲା। ଦିଲ୍ଲୀ ସରକାର ବାୟୁମଣ୍ଡଳକୁ ପ୍ରଦୂଷିତ କରୁଥିବା କଳ କାରଖାନା ଉପରେ ଅଙ୍କୁଶ ଲଗାଇବାରେ ବିଫଳ ହେବାରୁ ଏନଜିଟି ପକ୍ଷରୁ ଦିଲ୍ଲୀ ସରକାରଙ୍କ ଉପରେ ୫୦କୋଟି ଟଙ୍କାର ଜୋରିମାନା ଲଗାଇଥିଲା। ଏଭଳି ନିର୍ଦେଶ ସତ୍ତେ୍ୱ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ସମିତି କଳ କାରଖାନା ତ ଦୂର ବଡ଼ବଡ଼ ଜେନେରେଟର ଚଲାଇବା ଉପରେ ପ୍ରତିବନ୍ଧକ ଲଗାଇ ନଥିଲେ। ଫଳରେ ଏନଜିଟି ପକ୍ଷରୁ ଉପରୋକ୍ତ ନିର୍ଦେଶ ପ୍ରଦାନ କରାଯାଇଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories