www.samajalive.in
Monday, December 8, 2025
27.1 C
Bhubaneswar

ସ୍ଥାୟୀ ନାଗରିକତା ପ୍ରମାଣ ପତ୍ରକୁ ନେଇ ଜମ୍ମୁ-କାଶ୍ମୀରରେ ରାଜନୈତିକ ବିବାଦ

ଶ୍ରୀନଗର: ରାଜ୍ୟର ଅର୍ଥନୀତିକୁ ସୁଦୃଢ କରିବା ନିମନ୍ତେ ଜମ୍ମୁ-କାଶ୍ମୀର ବ୍ୟାଙ୍କଗୁଡ଼ିକରେ ସାର୍ବଜନିନ ଉପକ୍ରମ ଘୋଷଣା କରିବା ପ୍ରକ୍ରିୟାକୁ ନେଇ ବିବାଦ ଦେଖା ଦେଇଛି। ଅପରପକ୍ଷରେ ସ୍ଥାୟୀ ନାଗରିକତା ପ୍ରମାଣ ପତ୍ରକୁ ନେଇ ରାଜନୈତିକ ବିବାଦ କ୍ରମଶଃ ଘନିଭୂତ ହେବାରେ ଲାଗିଛି। ରାଜଭବନରେ ସ୍ଥାୟୀ ନାଗରିକତା ପ୍ରମାଣପତ୍ର ସମ୍ପର୍କିତ ଗାଇଡ଼ ଲାଇନକୁ ନେଇ ମନ୍ଥନ ଚାଲିଛି। ତେବେ ଏହି ଆଇନର ପରିବର୍ତ୍ତନ କିପରି ହେବ ଏ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।
ରାଜ୍ୟରେ ପଶ୍ଚିମି ପାକିସ୍ତାନ ଓ ବାଲ୍ମିକୀ ସମ୍ପ୍ରଦାୟଙ୍କୁ ଜମ୍ମୁ କାଶ୍ମୀରର ସ୍ଥାୟୀ ନାଗରିକତାର ପ୍ରମାଣ ପତ୍ର ଦେବାକୁ ବିଜେପି ଦୀର୍ଘ ଦିନ ଧରି ଦାବି କରୁଛି। ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ବିଜେପିର ଦୀର୍ଘ ଦିନର ଦାବିକୁ ଚଳିତ ଥର ସବୁଜ ସଙ୍କେତ ମିଳିବାର ଆଶା କରାଯାଉଛି। ଉପରୋକ୍ତ ବର୍ଗଙ୍କୁ ସ୍ଥାୟୀ ପ୍ରମାଣ ପତ୍ର ପ୍ରଦାନ କରିବା ନିମନ୍ତେ ରାଜ୍ୟପାଳ ନିର୍ଦେଶ ଦେଇଛନ୍ତି ବୋଲି ଶୁଣିବାକୁ ମିଳୁଛି।
ଏହାକୁ ନେଇ ରାଜ୍ୟରେ ରାଜନୈତିକ ବିବାଦ ତୀବ୍ର ହେବାରେ ଲାଗିଛି। ରାଜ୍ୟପାଳଙ୍କ ପଦକ୍ଷେପକୁ ବିଜେପିର ବରିଷ୍ଠ ନେତା ତଥା ପ୍ରାକ୍ତନ ଉପ-ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି। ଅପରପକ୍ଷରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ମହବୁବା ମୁଫତି ଓ ଓମର ଅବଦୁଲ୍ଲା ଏଭଳି ପ୍ରକ୍ରିୟାକୁ ନେଇ ରାଜ୍ୟପାଳଙ୍କୁ କଠୋର ଚେତାବନୀ ଦେଇଛନ୍ତି। ଓମର ଅବଦୁଲ୍ଲା ଏ ସମ୍ପର୍କରେ ରାଜ୍ୟପାଳଙ୍କୁ ଚିଠି ଲେଖି ସ୍ଥାୟୀ ପ୍ରମାଣପତ୍ର ପ୍ରକ୍ରିୟାରେ ପରିବର୍ତ୍ତନକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ନ୍ୟାସନାଲ କନଫରେନ୍ସ ତା’ର ମତବ୍ୟକ୍ତ କରି ସ୍ଥାୟୀ ପ୍ରମାଣପତ୍ର ପ୍ରକ୍ରିୟାରେ ପରିବର୍ତ୍ତନ ହେଲେ ରାଜ୍ୟରେ ଜାତିଗତ ଜନସଂଖ୍ୟାରେ ପରିବର୍ତ୍ତନ ହେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଏହାଛଡ଼ା ଉପରୋକ୍ତ ଘଟଣା ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ନିୟମର ଅବମାନନା ବୋଲି ଶ୍ରୀ ଅବଦୁଲ୍ଲା ଯୁକ୍ତି ଦର୍ଶାଇଛନ୍ତି। ରାଜ୍ୟର ପ୍ରଶାସନିକ ପରିଷଦ ଏହି ଆଇନକୁ ପରିବର୍ତ୍ତନ କରୁଛନ୍ତି ବୋଲି ଶ୍ରୀ ଅବଦୁଲ୍ଲା ଆଶଙ୍କା ପ୍ରକାଶ କରିବା ସହ ଏହା ନିନ୍ଦନୀୟ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ରାଜ୍ୟରେ ଏଭଳି ପଦକ୍ଷେପ ନିଆଯାଉଛି ଯେତେବେଳେ ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ନାହିଁ। ବିଧାନସଭା ଭାଙ୍ଗି ଯାଇଛି। ଅଳ୍ପ କିଛି ଦିନ ମଧ୍ୟରେ ନିର୍ବାଚନ ହେବାକୁ ଯାଉଛି। ରାଜ୍ୟର ପ୍ରଶାସନିକ କାଉନସିଲ୍‍ ର ସାମାନ୍ୟ ତ୍ରୁଟି ରାଜ୍ୟର ସାମାଜିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେବା ସହ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
ଅପରପକ୍ଷରେ ମହବୁବା ମୁଫତି ମଧ୍ୟ ରାଜ୍ୟପାଳ ଯଦି ସ୍ଥାୟୀ ନାଗରିକତା ପ୍ରମାଣପତ୍ର ନିୟମକୁ ପରିବର୍ତ୍ତନ କରନ୍ତି ତେବେ ରାଜ୍ୟରେ ୨୦୦୮ ସଦୃଶ୍ୟ ପରିସ୍ଥିତି ହେବାର ସମ୍ଭାବନା ରହିଛି ବୋଲି ଚେତାବନୀ ଦେଇଛନ୍ତି।
ଅନ୍ୟପକ୍ଷରେ ଏହି ନିୟମକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ବୋଲି ବିଜେପି ଯୁକ୍ତି ଦର୍ଶାଇଛି। ବାଲ୍ମିକୀ ସମୁଦାୟ ୭ପୀଢି ଧରି ଜମ୍ମୁ-କାଶ୍କୀରରେ ବସବାସ କରୁଥିବାବେଳେ ସେମାନଙ୍କୁ ରାଜ୍ୟର ନାଗରିକତା ମିଳିବାରେ କୌଣସି ଅସୁବିଧା ନାହିଁ ବୋଲି ଯୁକ୍ତି ଦର୍ଶାଇଛି।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories