www.samajalive.in
Sunday, December 7, 2025
16.1 C
Bhubaneswar

ସ୍ବାମୀଙ୍କ ମୃତ୍ୟୁର ତିନିବର୍ଷ ବିତିଲା; ଭତ୍ତା ଅପେକ୍ଷାରେ ବିଧବା କମଲୀ

ଲାଞ୍ଜିଗଡ: ସମାଜର ଅସହାୟ ଲୋକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯିବା ଲକ୍ଷ୍ୟ ନେଇ ସରକାର ସାମାଜିକ ସୁରକ୍ଷା ଯୋଜନା ନାମରେ ଏକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ଏବଂ ବିଧବା ମହିଳାଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରି ସହାୟତା ପ୍ରଦାନ କରିବା ହେଉଛି ଏହି ଯୋଜନାର ମୂଳ ଉଦ୍ଦେଶ୍ୟ। ହେଲେ ବାସ୍ତବରେ ସରକାରଙ୍କ ଏସବୁ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି ନା ନାହିଁ ଏଥିରେ କୌଣସି ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ଦୃଷ୍ଟି ପଡ଼ୁନାହିଁ। କେହି କେହି ସ୍ୱାମୀଙ୍କୁ ହରାଇ ଅସହାୟ ଅବସ୍ଥାରେ ରହୁଥିବାବେଳେ ଅନେକ ବୃଦ୍ଧ ବୃଦ୍ଧା ପରିଣତ ବୟସର ଦୁର୍ଦଶା ମଧ୍ୟରେ ଏଇ ଖଣ୍ଡିକର ଆଶ୍ରା ଖୋଜି ଖୋଜି ଦୁନିଆ ଛାଡ଼ି ଚାଲିଯାଉଛନ୍ତି। ସମାଜର ସେହି ଅବହେଳିତ ଅସହାୟଙ୍କ ପ୍ରତି ପ୍ରଶାସନର ଅବହେଳା ହିଁ ଏଥିପାଇଁ ଦାୟୀ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ଗ୍ରାମପଞ୍ଚାୟତ ଅଧୀନରେ ଥିବା ଦଣ୍ଡିଗୁଡ଼ା ଗ୍ରାମର ବିଧବା ମହିଳା କମଲୀ ମାଝୀ ହେଉଛନ୍ତି ଏମିତି ଏକ ଉଦାହରଣ। ନିଜର ସ୍ୱାମୀଙ୍କୁ ହରାଇ ହାରାହାରି ତିନି ବର୍ଷରୁ ଊର୍ଦ୍ଧ୍ବ ହୋଇଥିବାବେଳେ ନିଜର ପରିବାର କହିଲେ ଦୁଇ ଝିଅ ଓ ଦୁଇ ପୁଅ ସହ କୁଲି ମଜୁରୀ କରି ଦୁଃଖରେ ଦିନ କାଟୁଥିବା ପ୍ରକାଶ କରିଛନ୍ତି କମଲୀ। ବିଧବା ଭତ୍ତା ଖଣ୍ଡିକ ପାଇଁ ୱାର୍ଡ଼ ମେମ୍ବରଠାରୁ ଆରମ୍ଭ କରି ସରପଞ୍ଚ, ପିଇଓ ଏବଂ ଅନେକ ପ୍ରଶାସନିକ ଅଧିକାରୀ ତଥା କର୍ମଚାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣୁ ନଥିବା କଥା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି କମଲୀ। ସ୍ୱାମୀଙ୍କ ମୃତ୍ୟୁର ତିନି ବର୍ଷରୁ ଅଧିକ ହେଉଥିବା ବେଳେ ଆଜି ଯାଏଁ ବିଧବା ଭତ୍ତା ଖଣ୍ଡିକ ମିଳି ପାରୁନଥିବା ପରିତାପର ବିଷୟ ବୋଲି ଆଲୋଚନା ହେଉଛି। ତେବେ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଏହି ଅସହାୟ ଗରିବ ବିଧବା ମହିଳା କମଲୀଙ୍କୁ ଯଥା ଶୀଘ୍ର ଭତ୍ତା ଖଣ୍ଡିକ ପ୍ରଦାନ କରାଗଲେ କିଛି ମାତ୍ରାରେ ତାଙ୍କର ପରିବାର ପ୍ରତିପୋଷଣରେ ସହାୟକ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଉଛି । ଏ ସମ୍ପର୍କରେ ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ରଙ୍କୁ ପଚାରିବାରୁ ମୁଁ ଏବେ ନୂଆ ଆସିଛି କଣ ହୋଇଛି ମୁଁ ବୁଝିକି ସଙ୍ଗେ ସଙ୍ଗେ ଭତ୍ତା ଦେବା ପାଇଁ ପିଇଓଙ୍କୁ କହିବି ଯେମିତି ଅତି ଶୀଘ୍ର ସେ ଭତ୍ତା ପାଇବେ ବୋଲି ପ୍ରକାଶ କରିଛନ୍ତି।

Hot this week

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

Related Articles

Popular Categories