www.samajalive.in
Saturday, December 6, 2025
26.1 C
Bhubaneswar

ଚୋରି କରିବା ପରେ ଘରେ ନିଆଁ ଲଗାଇ ଚମ୍ପଟ ମାରିଲେ ଦୁର୍ବୃତ୍ତ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ନୂଆ ବକ୍ସିପଲ୍ଲୀ ଗ୍ରାମର ଓଡ଼ିଆରପି କଲୋନିରେ ଏକ ଅଭାବନୀୟ ଘଟଣା ଘଟିଛି। ଚୋରମାନେ ତାଲା ବନ୍ଦ ଘରକୁ ଟାର୍ଗେଟ କରିବା ସହ ସେଠାରେ କଳା କନା ବୁଲାଇ ,ଘରେ ନିଆଁ ଲଗାଇ ଫେରାର ହୋଇ ଯାଇଛନ୍ତି। ଚୋର ମାନେ ବିଳମ୍ବିତ ରାତ୍ରରେ ଘର ଭିତରେ ପଶି ସୁନା, ରୁପା, ପିତଳ ସାମଗ୍ରୀ, ଗ୍ୟାସ ହାଣ୍ଡି, ନଗଦ ଟଙ୍କା, ଟିଭି ଆଦି ଲୁଟି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ସୂଚନା ପ୍ରକାରେ ନୂଆ ବକ୍ସିପଲ୍ଲୀ ଗ୍ରାମର ଓଡ଼ିଆରପି କୋଲନିର ୧୮୩ ନଂ ଘରେ ରହୁଥିବା ପ୍ରଦୀପ ସେଠୀ ଘରେ ଏକ ଲୁଗା ଦୋକାନ କରିଥିବା ବେଳେ ସେ ଗୋପାଳପୁର ସ୍ବସ୍ତି ହୋଟେଲରେ କର୍ମଚାରୀ ଭାବେ କାର୍ୟ୍ୟରତ ଥିଲେ। ତୃତୀୟ ପାଳି ଗୁରୁବାର ନିମନ୍ତେ ବୁଧୁବାର ଦିନ ସନ୍ଧ୍ୟାରେ ପତ୍ନୀ ଓ ୩ ବର୍ଷର ପୁଅକୁ ନେଇ ନିଜ ଘର ଧରମପୁରରେ ଛାଡିଥିଲେ। ପୁଣି ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ଓଡ଼ିଆରପି ଘରକୁ ଆସିଥିଲେ। ତାଙ୍କର ରାତ୍ର ଡ୍ୟୁଟି ଥିବାରୁ ରାତ୍ର ସାଢେ ୯ଟା ସମୟରେ ଘରେ ଚାବି ପକାଇ ବାହାରିଥିଲେ।
ଭୋର ୪ଟା ସମୟରେ ପଡୋଶୀ ମାନେ ଘରେ ନିଆଁ ଲାଗିଥିବା ନେଇ ପ୍ରଦୀପଙ୍କ ପତ୍ନୀଙ୍କୁ ଖବର ଦେଇଥିଲେ । ଏ ନେଇ ପତ୍ନୀ ପ୍ରଦୀପକୁ ଖବର ଦେଇଥିଲେ। ଖବର ପାଇଁ ପ୍ରଦୀପ ଘଟଣା ସ୍ଥଳରେ ପହଞ୍ଚି ଦେଖିବା ବେଳକୁ ଘର ନିଆଁ ଲାଗି ଧୂଆଁ ବାହାରୁଥିବା ଦେଖି ପଡୋଶୀଙ୍କ ସହାୟତାରେ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ। ନିଆଁ ନ ଲିଭିବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ପରେ ଘରେ ଭିତରେ ଦେଖିବା ବେଳେ ଆଲମାରୀରେ ଥିବା ୫ ତୋଲା ସୁନା, ପ୍ରାୟ ୧୫ ହଜାର ଟଙ୍କା, ପିତଳ ସାମଗ୍ରୀ, ରୂପା, ଗ୍ୟାସ ଚୁଲା, ହାଣ୍ଡି, ନୂଆ ଲୁଗା, ଟିଭି ଆଦି ଦୁର୍ବୃତ୍ତ ମାନେ ଚୋରି କରିଥିବା ବେଳେ ଘରେ ନିଆଁ ଲାଗି ଖଟ, ଲୁଗାପଟା, କାଠ ଆଲମାରୀ ଆଦି ଲକ୍ଷାଧିକ ଟଙ୍କା ପୋଡି ନଷ୍ଟ ହୋଇଥିବା ଦେଖିଥିଲେ। ଏ ନେଇ ପ୍ରଦୀପ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୫୦୮/୨୩ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ଥିଲେ। ବ୍ରହ୍ମପୁର ସଦର ଏସଡ଼ିପି ଓ ଶିବ ଶଙ୍କର ମହାପାତ୍ର, ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ସାଇଟିଫିକ ଟିମ, ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏ ନେଇ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ ବେଳେ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି ଫୁଟେଜ ଯାଞ୍ଚ କରି ତଦନ୍ତ କରୁଥିବା କହିଛନ୍ତି। ଚୋର ମାନଙ୍କ ଏହିଭଳି କାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ପାଲଟିଥିବା ବେଳେ ଚୋରି କରିବା ପରେ ଚୋର ଘରେ ନିଆଁ ଲଗାଇବା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories