www.samajalive.in
Saturday, December 6, 2025
26.1 C
Bhubaneswar

ଜମ୍ମୁକାଶ୍ମୀରର ସ୍ୱତନ୍ତ୍ର ଧାରା ‘୩୭୦’ଉଚ୍ଛେଦ ମାମଲା.. ସୁପ୍ରିମକୋର୍ଟଙ୍କ ବଡ ରାୟ

ନୂଆଦିଲ୍ଲୀ : ଜମ୍ମୁକାଶ୍ମୀରର ସ୍ୱତନ୍ତ୍ର ଧାରା ‘୩୭୦’ଉଚ୍ଛେଦ ମାମଲାରେ ସୋମବାର ରାୟ ଆସିଛି। ଧାରା ‘୩୭୦’ ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ ଆସିଛି। ଧାରା ୩୭୦ ଉଚ୍ଛେଦକୁ ବୈଧ କହିଲେ ସୁପ୍ରିମକୋର୍ଟ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଧାରା ୩୭୦ ସମ୍ପୂର୍ଣ୍ଣ ଭାବେ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା। ଭାରତରେ ମିଶ୍ରଣ ପରେ ଆଉ ସ୍ୱତନ୍ତ୍ର ମାନ୍ୟତା ବଜାୟ ରଖିପାରିବନି। ସମ୍ବିଧାନର ସବୁ ଅନୁଚ୍ଛେଦ ଜମ୍ମୁକାଶ୍ମୀର ପାଇଁ ଲାଗୁ ହୋଇପାରିବ। ଧାରା ‘୩୭୦’ କେବଳ ଭାରତରେ ମିଶ୍ରଣ ପାଇଁ ଉଦ୍ଦିଷ୍ଟ ଥିଲା। ଜମ୍ମୁକାଶ୍ମୀର ସ୍ୱତନ୍ତ୍ର ସାର୍ବଭୌମତ୍ୱ ବଜାୟ ରଖି ପାରିବନି।
ଜମ୍ମୁ କାଶ୍ମୀରରେ ନିର୍ବାଚନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିଶନଙ୍କୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭା ନିର୍ବାଚନ ସହ ରାଜ୍ୟ ମାନ୍ୟତା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲଦାଖକୁ କେନ୍ଦ୍ରଶାସିତ ଘୋଷିତ ନିଷ୍ପତ୍ତି ବଳବତ୍ତର ରହିବ। ଜମ୍ମୁ କାଶ୍ମୀରକୁ ପୁଣି ରାଜ୍ୟ ମାନ୍ୟତା ପାଇଁ ସୁପ୍ରିକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଥା ଶୀଘ୍ର ରାଜ୍ୟ ମାନ୍ୟତା ଫେରାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଯୋଗ୍ୟ, ସୁପ୍ରିମକୋର୍ଟରେ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories