www.samajalive.in
Sunday, December 7, 2025
15.1 C
Bhubaneswar

ଭାରତର ସମ୍ବିଧାନ ଯୋଗୁଁ ସାମଗ୍ରିକ ବିକାଶ ସମ୍ଭବ ହୋଇଛି

ଆଠଗଡ଼: ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡଃ ବି ଆର ଆମ୍ବେଦକରଙ୍କ ଦର୍ଶନ, ବିଚାରଧାରା ଓ ଦୂରଦୃଷ୍ଟି ଆଧାରରେ ପ୍ରସ୍ତୁତ ଭାରତୀୟ ସମ୍ବିଧାନ ବିଶ୍ୱରେ ଏକ ଶ୍ରେଷ୍ଠ ସମ୍ବିଧାନ ଭାବେ ପରିଗଣିତ ହେଉଛି। ଏହି ସମ୍ବିଧାନ ଯୋଗୁଁ ଭାରତରେ ସାମଗ୍ରିକ ବିକାଶ ସମ୍ଭବ ପର ହୋଇଛି ବୋଲି ଆଠଗଡ଼ ମହୋତ୍ସବ ପଡ଼ିଆରେ ଡଃ ଆମ୍ବେଦକରଙ୍କ ପୂଣ୍ୟତିଥିରେ ଆୟୋଜିତ ‘ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ଶୀର୍ଷକ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି। ଆଠଗଡ଼ ଆଦିବାସୀ ଓ ବହୁଜନ ସମିତି ଏବଂ ବିଜୁ ଜନତା ଦଳର ମିଳିତ ଆନୁକୂଲ୍ୟରେ ପୂର୍ବତନ ନଗରପାଳ ରମେଶଚନ୍ଦ୍ର ଘଡେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଶିଷ୍ଟ ବକ୍ତା ଭାବେ ମାନବାଧିକାର କର୍ମୀ ଦେବବ୍ରତ ବେହେରା, ଅଖିଳ ଭାରତ ବିଦ୍ୟାର୍ଥୀ ସଂଘର ନେତା ମନୋଜ କୁମାର କର, ବିଜେପି ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ କାର୍ତ୍ତିକ ପ୍ରସାଦ ଜେନା ପ୍ରମୁଖ ଯୋଗଦେଇ ପ୍ରତ୍ୟେକ ଭାରତୀୟ ଦେଶର ସମ୍ବିଧାନକୁ ନେଇ ଗର୍ବିତ ବୋଲି ମତବ୍ୟକ୍ତ କରିଥିଲେ। ଭାରତୀୟ ସମ୍ବିଧାନର ମହନୀୟତା ଏବଂ ଏହାର ଉପାଦେୟତା ଜାଣିବା ପାଇଁ ଅଧିକରୁ ଅଧିକ ଜ୍ଞାନ ଆହରଣ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ। ଦେଶରେ କିଛି ମୌଲବାଦୀ ଗୋଷ୍ଠୀ ଭାରତୀୟ ସମ୍ବିଧାନକୁ ବିକଳାଙ୍ଗ ଓ କଦର୍ଥ କରିବା ପାଇଁ ଯେଉଁ ହୀନ ଉଦ୍ୟମ କରୁଛନ୍ତି ତାକୁ ସବୁବର୍ଗର ଲୋକ ବିରୋଧ କରିବା ଜରୁରୀ। ସମ୍ବିଧାନ ସୁରକ୍ଷିତ ରହିଲେ ଦେଶ ବଞ୍ଚିବ ବୋଲି ସେମାନେ କହିବା ସହ ଏହାର ସୁରକ୍ଷା ପାଇଁ ଯୁବବର୍ଗ ଶପଥ ନେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ପ୍ରବଳ ବର୍ଷା ସତ୍ତ୍ବେ ଶହ ଶହ ସଂଖ୍ୟାରେ ଆଦିବାସୀ ଓ ଦଳିତ ଯୁବକ, ଯୁବତୀ ପାରମ୍ପରିକ ବାଦ୍ୟଯନ୍ତ୍ର ସହିତ ନୃତ୍ୟ କରି ଏକ ଶୋଭାଯାତ୍ରାରେ ସଭାସ୍ଥଳିରେ ପହଞ୍ଚି ଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମ୍ବିଧାନ ମୁଖପତ୍ରର ଏକ ଚିଠାପତ୍ର ବଣ୍ଟନ କରିବା ସହ ଭାରତୀୟ ସମ୍ବିଧାନର ଦର୍ଶନ ପାଳନ କରିବା ପାଇଁ ଶପଥ ପାଠ କରାଇଥିଲେ। ଏଥି ସହିତ ସଭାମଞ୍ଚରେ ଡଃ ବି ଆର ଆମ୍ବେଦକରଙ୍କ ଫଟୋଚିତ୍ରରେ ସମସ୍ତ ଅତିଥି ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା, ମିନତୀ ଗାଗରାଇ, ସଭ୍ୟ ବଳଭଦ୍ର ବାଘ, ବିଶ୍ୱଜିତ୍‌‌ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ମଲ୍ଲିକ, ଟାଙ୍ଗି ବ୍ଲକର ପୂର୍ବତନ ଅଧ୍ୟକ୍ଷା ମଧୁସ୍ମିତା ସେଠୀ, ମହିଳା ବିଜେଡି ନେତ୍ରୀ ବାସନ୍ତି ରାଉଳଙ୍କ ସମେତ ବହୁ ବିଜେଡି ଦଳୀୟ ନେତା ଓ କର୍ମୀ ଯୋଗଦାନ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories