www.samajalive.in
Monday, December 8, 2025
17.1 C
Bhubaneswar

ଶିରାମପୁରରେ ଯୁବକଙ୍କ ଆତ୍ମହତ୍ୟା

କଳାପଥର(ବାଙ୍କୀ): ଧଳାପଥର ଫାଣ୍ଡି ଅନ୍ତର୍ଗତ ଶିରାମପୁରରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ହରିଜନ ସାହିର ଜଗନ୍ନାଥ ନାୟକ(୪୦) ନାମକ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି।

ଖବରରୁ ପ୍ରକାଶ, ଗତ ୪ଦିନ ହେଲା ଜଗନ୍ନାଥ ନିଶାସକ୍ତ ଅବସ୍ଥାରେ ଘରୁ କେଁଉଆଡ଼େ ଚାଲିଯାଇଥିଲେ। ଘରଠାରୁ ୧ କିମି ଦୂର କୋଦବେରେନି-ଠଣାପଲ୍ଲୀ-ଭାପୁର ବାଇପାସ ରାସ୍ତା ରାଧିଗାଡ଼ିଆ ନିକଟ ଜଙ୍ଗଲରେ ବେକରେ ରଶି ବାନ୍ଧି ଝୁଲିପଡ଼ିଥିବା ମଙ୍ଗଳବାର ଜଣାପଡିଛି। ଅତ୍ୟଧିକ ମଦ୍ୟପନ ଯୋଗୁଁ ପାରିବାରିକ କଳହକୁ କେନ୍ଦ୍ର କରି ପ୍ରାୟ ୪ଦିନ ହେବ ଆତ୍ମହତ୍ୟା କରିଥିବା ଯୁବକଙ୍କ ମୃତଦେହ ପଚି ଦୁର୍ଗନ୍ଧ ହେବାରୁ ଲୋକମାନେ ଦେଖିବାକୁ ପାଇଥିଲେ। ଖବର ପାଇ ଧଳାପଥର ପୁଲିସ ଖୋର୍ଦ୍ଧାରେ ଶବ ବ୍ୟବଚ୍ଛେଦ କରାଇବା ସହ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories