www.samajalive.in
Wednesday, December 10, 2025
18.1 C
Bhubaneswar

ବ୍ରହ୍ମୋସ କ୍ଷେପଣାସ୍ତ୍ର ଓ ଏଆରଭି ଅଧିଗ୍ରହଣ ପାଇଁ ୩ ହଜାର କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ : ଦେଶର ସାମରିକ ସାମର୍ଥ୍ୟ ବୃଦ୍ଧି ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ସୈନ୍ୟ ବାହିନୀ ପାଇଁ ଯୁଦ୍ଧାସ୍ତ୍ର କ୍ରୟ ବାବାଦକୁ ୩୦୦୦କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଅନୁମୋଦନ କରାଯାଇଥିବା ଅର୍ଥରେ ନୌସେନାର ଦୁଇଟି ଗୁପ୍ତ ବୁଡାଜାହାଜ ଲାଗି ବ୍ରହ୍ମସ କ୍ଷେପଣାସ୍ତ୍ର ଅଧିଗ୍ରହଣ କରାଯିବ। ଏହି ସହିତ ସ୍ଥଳ ସେନାର ଅର୍ଜୁନ ଟ୍ୟାଙ୍କ ଲାଗି ସୁରକ୍ଷା କବଚ (ଏଆରଭି) କ୍ରୟ କରାଯିବ। ସେନା ପାଇଁ ଏହି ଦୁଇ ସାମଗ୍ରୀ କ୍ରୟ ଲାଗି ୩୦୦୦କୋଟି ଟଙ୍କା ଆବଶ୍ୟକ ଥିବାବେଳେ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ଏହାକୁ ମଞ୍ଜୁରୀ ପ୍ରଦାନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱ ଡିଏସି ଉଭୟ କ୍ଷେପଣାସ୍ତ୍ର ଓ ଏଆରଭି ଅଧିଗ୍ରହଣକୁ ଅନୁମୋଦନ କରିଛନ୍ତି। ଭାରତ ଏହାର ନୌସେନା ପାଇଁ ୧୦୦କୋଟି ଡଲାର ମୂଲ୍ୟରେ ଦୁଇଟି ଗୁପ୍ତ ବୁଡାଜାହାଜ ଅଧିଗ୍ରହଣ କରିବାକୁ ଯାଉଛି। ଏହି ବୁଡାଜାହାଜ ଦୁଇଟିରେ ସ୍ୱଦେଶୀ ଜ୍ଞାନକୌଶଳ ନିର୍ମିତ ବ୍ରହ୍ମସ କ୍ଷେପଣାସ୍ତ୍ର ଖଞ୍ଜା ଯିବ। ସ୍ଥଳ ସେନାର ମୁଖ୍ୟ ଟ୍ୟାଙ୍କ ଅର୍ଜୁନରେ ଏଆରଭି ଗଞ୍ଜାଯିବ। ଏହି ଏଆରଭିର ଆକାର ଓ ପ୍ରକାର ଡିଆରଡିଓ ଦ୍ୱାରା ବିକାଶ କରାଯାଇଥିବାବେଳେ ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିଇଏମଏଲ ଏହାକୁ ତିଆରି କରିଛି।

ତେବେ ଆମେରିକା ଏହା ଉପରେ ତୀକ୍ଷ୍ଣ ନଜର ରଖିଛି। ଯେଉଁ ଦେଶ ଋଷ ଠାରୁ ଅସ୍ତ୍ରଶସ୍ତ୍ର କିଣୁଛନ୍ତି ସେମାନଙ୍କ ଉପରେ ଆମେରିକା କଟକଣା ଲାଗୁ କରୁଛି। କିନ୍ତୁ ଆମେରିକାରର ଏହି ଧମକ ସତ୍ତ୍ବେ ଭାରତ, ଋଷ ସହିତ ନିଜର ଦ୍ୱିପାକ୍ଷୀୟ ସଂପର୍କ ସୁଦୃଢ କରିବାରେ ଲାଗିଛି। ଭାରତ ଋଷ ଠାରୁ ଅନେକ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ବୁଝାମଣାରେ ହସ୍ତାକ୍ଷର କରିବାକୁ ଯାଉଛି। ଏଥିପାଇଁ ଗତ ମାସରେ ସେନାଧ୍ୟକ୍ଷ ବିପିନ ରାୱତ ଋଷ ଯାତ୍ରା କରିଥିଲେ।
ଏହା ପୂର୍ବରୁ ଭାରତ ଏବଂ ଋଷ ମିଳିତ ସମର ଅଭ୍ୟାସ କରିଥିଲେ। ଚୀନ ସୀମାନ୍ତରେ ମୁତୟନ ଋଷ ସୈନ୍ୟଙ୍କର ବିଶେଷ ଅନୁଭବ ରହିଛି। ଯାହାଦ୍ୱାରା ସେହି ଅନୁଭବ ଭାରତୀୟ ସେନାଙ୍କୁ ଚୀନ ବିଷୟରେ ଅଧିକ ଅନୁଭବୀ ଏବଂ କୁଶଳ କରାଇବ।
ଅନ୍ୟପକ୍ଷରେ ଏହି ଅଭ୍ୟାସ ଦ୍ୱାରା ବିଶ୍ୱରେ ଆତଙ୍କବାଦ ଏବଂ ଏହାକୁ ପ୍ରଶ୍ରୟ ଦେଉଥିବା ସଂଗଠନ ଏବଂ ଦେଶର ମନୋବଳ ହ୍ରାସ ପାଇବ। ଅନ୍ତରାଷ୍ଟ୍ରୀୟ ଆତଙ୍କବାଦ ଏକବିଂଶ ଶତାବ୍ଦୀରେ ସମଗ୍ର ବିଶ୍ୱ ପାଇଁ ବଡ଼ ଆହ୍ୱାନ ପାଲଟିଛି। ଏଥିପାଇଁ ଦୁଇ ଦେଶର ସଶସ୍ତ୍ର ସେନା ନିଜର ରଣ କୌଶଳ, ଅନୁଭବ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି। ଆତଙ୍କବାଦର ବିଲୋପ ଏବଂ ଅନୁପ୍ରବେଶକୁ ପ୍ରତିହତ କରିବା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ସୂଚନାଯୋଗ୍ୟ ଭାରତ-ଋଷର ସମ୍ବନ୍ଧ ବହୁତ ପୁରୁଣା। ଏହା ଦୁଇ ଦେଶ ମଧ୍ୟରେ ଦଶମ ସମର ଅଭ୍ୟାସ। ଏହା ପୂର୍ବରୁ ବର୍ତ୍ତମାନ ସୁଦ୍ଧା ପାଞ୍ଚ ଥର ଋଷରେ ଏବଂ ଭାରତରେ ଚାରି ଥର ସମରାଭ୍ୟାସ ହୋଇସାରିଛି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories