ଉଦ୍ଧାରକାରୀ ଦଳଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଡେସ୍କ: ଉତ୍ତରାଖଣ୍ଡର ସୁଡ଼ଙ୍ଗରୁ ୪୧ ଜଣ ଶ୍ରମିକ ଉଦ୍ଧାର ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଉଦ୍ଧାରକାରୀ ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଶ୍ରମିକମାନଙ୍କ ସୁରକ୍ଷିତ ଉଦ୍ଧାର ହେବା ଓ ସେମାନଙ୍କ ଘରକୁ ଫେରିବା ଅତ୍ୟନ୍ତ ଆନନ୍ଦର କଥା।’
Happy and relieved that all the workers trapped in #Uttarakhand's #SilkyaraTunnel have been rescued safely. Appreciate the dedication of the agencies, rescue teams and engineers involved in the marathon operation which facilitated the safe rescue of the 41 trapped workers…
— Naveen Patnaik (@Naveen_Odisha) November 28, 2023
ସେ କହିଛନ୍ତି, ସେହି ସୁଡ଼ଙ୍ଗ ମଧ୍ୟରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାର ଲୋକ ମଧ୍ୟ ଥିଲେ। ସେମାନଙ୍କ ଖବର ବୁଝିବା ପାଇଁ ରାଜ୍ୟ ସରକାର ସମ୍ପୃକ୍ତ ଶ୍ରମିକମାନଙ୍କ ପରିବାର ସହ ଏକ ଟିମକୁ ଘଟଣାସ୍ଥଳକୁ ପଠାଇ ଥିଲେ। ମୁଖ୍ୟମନ୍ତ୍ରୀ ଉତ୍ତରାଖଣ୍ଡ ସରକାର, ଏନଡିଆରଏଫ ଏବଂ ସୁରକ୍ଷା ବଳଗୁଡିକୁ ଏହି ଅବସରରେ ଧନ୍ୟବାଦ ଜଣାଇଛନ୍ତି।
Comments are closed.