www.samajalive.in
Monday, December 8, 2025
27.1 C
Bhubaneswar

ଯୋଗାଯୋଗ ଜୀବନ ବିକାଶର ମୂଳଦୁଆ – ମୁଖ୍ୟମନ୍ତ୍ରୀ

ରାୟଗଡା: ଯୋଗାଯୋଗ ଜୀବନ ବିକାଶର ମୂଳଦୁଆ। ଘରେ ଘରେ ଖୁସି ଆଣିବ ଲକ୍ଷ୍ମୀ ଯୋଜନା। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପଞ୍ଚାୟତ ଆମ ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଫୋକସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରାୟଗଡାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରି ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପଞ୍ଚାୟତ ରୂପାନ୍ତରରେ ଓଡିଶାର ରୂପାନ୍ତର। ଏହି ଯୋଜନା ଆରମ୍ଭ କରି ମୁୁଁ ବହୁତ ଖୁସି। ଏହା ଗାଁ ଲୋକଙ୍କ ଜୀବନରେ ଗତି ଓ ପ୍ରଗତି ଆଣିବ।
ଏହି ଯୋଜନା ଆରମ୍ଭ ହେବା ପରେ ୫ଟଙ୍କାରେ ପଞ୍ଚାୟତରୁ ବ୍ଲକକୁ ଯାତ୍ରା କରିବେ ମହିଳା ଯାତ୍ରୀ। ରାୟଗଡାରେ ଗଡିଲା ଲକ୍ଷ୍ମୀ ବସ୍‌‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିଛନ୍ତି।
ଲକ୍ଷ୍ମୀ ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସୁନିଶ୍ଚିତ ବସ୍‌‌ ସଂଯୋଗ। ସୁଲଭ ଓ ନିର୍ଭରଯୋଗ୍ୟ ବସ୍‌‌ ସେବା। ମହିଳା,ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା। ପର୍ଯ୍ୟଟନ ଏବଂ ଆଞ୍ଚଳିକ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହନ ସହ ଯାତ୍ରୀ ଏବଂ ସଡକ ସୁରକ୍ଷାକୁ ଗୁରୁତ୍ୱ ଦେବା।

 

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories