www.samajalive.in
Saturday, December 6, 2025
16.1 C
Bhubaneswar

ଫୁଲବାଣୀ ବ୍ଲକରେ ପ୍ରଥମ ‘ମୋ ଘର’ ଋଣ ବଣ୍ଟନ

ଫୁଲବାଣୀ: ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଫୁଲବାଣୀ ଶାଖା ତରଫରୁ ଫୁଲବାଣୀ ବ୍ଲକର ପ୍ରଥମ ‘ମୋ ଘର’ ଋଣ ତୁଡ଼ିପାଯୁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଜୁରିବିଡା ଗ୍ରାମର ଅନିଲ କୁମାର ଗଣ୍ଡାଙ୍କୁ ପ୍ରଦାନ କରାଯାଇଛି। ବ୍ଲକ ପରିସରରେ ବ୍ଲକ ଉନ୍ନୟନ ଅଧିକାରୀ ପ୍ରତୀକ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗୁରୁବାର ଋଣ ଗ୍ରହୀତା ଅନିଲଙ୍କୁ ତିନି ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ସମୃଦ୍ଧିଶାଳୀ ଓଡ଼ିଶା ଗଠନର ସ୍ବପ୍ନକୁ ସାକାର କରିବା ପାଇଁ ଗାଁ ଗଣ୍ଡାର ସବୁ ଲୋକଙ୍କୁ ପକ୍କାଘର ଖଣ୍ଡେ ଯୋଗାଇ ଦେବା ଲକ୍ଷ୍ୟରେ ଏହି ‘ମୋ ଘର’ ଯୋଜନା ପ୍ରଣୟନ କରାଯାଇଛି ବୋଲି ପ୍ରତୀକ ସାହୁ କହିଥିଲେ। ଏଥିପାଇଁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଫୁଲବାଣୀ ଶାଖା ପରିଚାଳକ ଗୋପବନ୍ଧୁ ମାଲିକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ବୈଠକରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଆଞ୍ଚଳିକ ବ୍ୟାଙ୍କ ଅଧିକାରୀ ସରୋଜ କୁମାର ନାହାକ, ବ୍ଲକ ବିପିଏମ ସୁଶ୍ରୀ ଗୀତାଞ୍ଜଳୀ ସ୍ବାଇଁ, ବ୍ୟାଙ୍କ ​‌କ୍ଷେ​‌ତ୍ର ଅଧିକାରୀ ମୁକେଶ କୁମାର ରାୟ, ବ୍ୟାଙ୍କର ଅପରେସନ ମ୍ୟାନେଜର ବାଲାଜୀ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ଋଣ ଗ୍ରହୀତା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ତାଙ୍କୁ ଏହି ଗୃହଋଣ ଯୋଗାଇ ଦେଇଥିବାରୁ ସେ ଠିକ୍ ସମୟରେ ଋଣ କିସ୍ତି ପଇଠ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories