www.samajalive.in
Thursday, December 11, 2025
26.1 C
Bhubaneswar

କରତାରପୁର କରିଡ଼ର ପରେ ଶାରଦା ପୀଠ ଖୋଲିବାକୁ ଦାବି

ନୂଆଦିଲ୍ଲୀ : କରତାରପୁର କରିଡର ନିର୍ମାଣ ପାଇଁ ସରକାର ପଦକ୍ଷେପ ନେବା ପରେ କାଶ୍ମୀର ପଣ୍ଡିତଙ୍କ ଏକ ସମୂହ ଶାରଦା ପୀଠ ଖୋଲିବାକୁ ଦାବି କରିଛି।
ଉଲ୍ଲେଖ ଯେ ବୁଧବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରତାରପୁର କରିଡର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି କରିଡ଼ର ଖୋଲିବା ପରେ ଶିଖ ସମ୍ପ୍ରଦାୟର ଲୋକେ ପବିତ୍ର ଗୁରୁଦ୍ୱାର ନନକାନା ସାହିବ ଦର୍ଶନ କରିପାରିବେ। ଏବେ କାଶ୍ମୀର ପଣ୍ଡିତମାନେ ସୀମା ପାରରେ ଥିବା ଶାରଦା ପୀଠକୁ ଖୋଲିବା ପାଇଁ ଦାବି କରିଛନ୍ତି। ଜାମ୍ମୁ କାଶ୍ମୀରର ପ୍ରମୁଖ ରାଜନୈତିକ ଦଳ ପିଡ଼ିପି ମଧ୍ୟ କାଶ୍ମୀର ପଣ୍ଡିତଙ୍କ ଦାବିକୁ ସମର୍ଥନ ଜଣାଇଛି। କରତାରପୁର କରିଡ଼ର ପାଇଁ ଭିତ୍ତପ୍ରସ୍ତର ସ୍ଥାପନ ଅବସରରେ ଅନ୍ୟ ପ୍ରସ୍ତାବ ଉପରେ ବିଚାର କରାଯିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିବା ପରେ କାଶ୍ମୀର ପଣ୍ଡିତଙ୍କ ଆଶା ଉଜ୍ଜୀବୀତ ହୋଇଛି।
ଶାରଦା ମନ୍ଦିର ଅତି ପ୍ରାଚୀନ। ନୀଲମ ଘାଟିସ୍ଥିତ ଶାରଦା ବିଶ୍ୱବିଦ୍ୟାଳୟରେ ଏବେ ବି ଏହି ପ୍ରାଚୀନ ମନ୍ଦିର ଅବଶେଷ ମିଳୁଛି। ଶାରଦା ମନ୍ଦିର ମୁଜାଫରାବାଦଠାରୁ ୧୬୦ କିଲୋମିଟର ଦୂର ନିୟନ୍ତ୍ରଣ ରେଖା ନିକଟରେ ଥିବା ଶାରଦି ଗ୍ରାମରେ ଅବସ୍ଥିତ। ଏହି ଗ୍ରାମ ନିକଟରେ ନୀଲମ, ମଧୁମତୀ ଏବଂ ସରଗୁନ ନଦୀର ମିଳନ ସ୍ଥଳୀ ରହିଛି। ଶାରଦା ମନ୍ଦିର ପରିଦର୍ଶନରେ ଯିବା ପାଇଁ କାଶ୍ମୀର ପଣ୍ଡିତମାନେ ଏକ ଶାରଦା କମିଟି ଗଠନ କରିଛନ୍ତି। ଏହି କମିଟି ଶାରଦା ମନ୍ଦିର ଯାତ୍ରା ପାଇଁ ଅନୁମତି ଆଣିବାକୁ ପ୍ରୟାସ ଚଳାଇଛି। କମିଟି ପାକିସ୍ତାନ ଏବଂ ଭାରତ ସରକାରଙ୍କୁ ପତ୍ର ଲେଖି ଏ ବିଷୟରେ ଅବଗତ କରାଇଛି। କମିଟି ସଭାପତି ରବିନ୍ଦ୍ର ପଣ୍ଡିତ କହିଛନ୍ତି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶାରଦା ପୀଠ ଖୋଲିବା ବିଷୟରେ ବିଚାର କରୁଥିବା ଶୁଣିବାକୁ ମିଳିଛି। ଏହା କାଶ୍ମୀର ପଣ୍ଡିତଙ୍କ ଆଶାକୁ ବଢାଇ ଦେଇଛି। ୨୦୦୭ରୁ ଆମ ପାଖରେ ନିୟନ୍ତ୍ରଣ ରେଖା ପାର ଯିବାର ଅନୁମତିପତ୍ର (ପରିମିଟ୍‍) ରହିଛି। କିନ୍ତୁ ଏହା କେବଳ ନିଜ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଉଦ୍ଧିଷ୍ଟ। ଆମେ ଶାରଦା ମନ୍ଦିରକୁ ଯିବା ପାଇଁ ଅନୁମତି ଚାହୁଁଛି। ସେଠାକୁ ତୀର୍ଥଯାତ୍ରା ପାଇଁ ଅନୁମତି ମାଗୁଛୁ। କାଶ୍ମୀର ପଣ୍ଡିତମାନେ କହିଛନ୍ତି ଯେ ଶାରଦା ହେଉଛନ୍ତି ତାଙ୍କ କୂଳଦେବୀ ବା ଅରାଧ୍ୟ ଠାକୁରାଣୀ। ମନ୍ଦିରକୁ ଯିବା ପାଇଁ ୩ରୁ ୪ଟି ପାରମ୍ପରିକ ରାସ୍ତା ଅଛି। ପରିମିଟ୍‍କୁ ଶାରଦା ମନ୍ଦିର ଦର୍ଶନ ପର୍ଯ୍ୟନ୍ତ ବଢାଇବାକୁ ଦାବି ଉପସ୍ଥାପନ କରାଯାଇଛି।

Hot this week

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

Related Articles

Popular Categories