www.samajalive.in
Monday, December 8, 2025
17.1 C
Bhubaneswar

ଋଣ ସୁଝି ନ ପାରିବାରୁ ଚିଟ୍‌ଫଣ୍ଡ ସଂସ୍ଥା ମୁଖ୍ୟାଳୟ ସମେତ ଫ୍ୟାକ୍ଟ୍ରି ସିଲ୍

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷସ୍ଥିତ ଗୁଣ୍ଡିଚା ନଗରରେ ଥିବା ଚିଟଫଣ୍ଡ ସଂସ୍ଥା ଡାଟୁମ ମୁଖ୍ୟାଳୟ ସହ କୋଳଥି ଗାଁରେ ଏକ ଫ୍ୟାକ୍ଟ୍ରିକୁ ବୁଧବାର ବ୍ୟାଙ୍କ ପକ୍ଷରୁ ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରାଯାଇଛି। ଗତ ୨୦୧୪ ଜୁନ ମାସରେ ଆନ୍ଧ୍ର ବ୍ୟାଙ୍କରୁ ଡାଟୁମ ଚିଟଫଣ୍ଡ ସଂସ୍ଥାର ନିର୍ଦେଶକ ବ୍ରଜମୋହନ ପଟ୍ଟନାୟକ ଓ ତାଙ୍କ ପତ୍ନୀ ତ୍ରିଧରା ମହାନ୍ତିଙ୍କ ପକ୍ଷରୁ କନିସି ତହସିଲ ଅଧିନସ୍ଥ କୋଳଥିଗାଁ ମୌଜାର ପ୍ଲଟ ନଂ ୨୧୨୬ ର ୩୬୭ ଡେସିମିଲ ପ୍ରାୟ ୧୮ ଭରଣ ଜମିରେ ଡେଟମ ଅଏଲ ଆଣ୍ଡ କେମିକାଲ କମ୍ପାନୀ ପ୍ରାଇଭେଟ୍ ଲିମିଟେଡ ନାମରେ ଏକ ତେଲ ପ୍ରସ୍ତୁତକାରୀ କମ୍ପାନୀ ନିର୍ମାଣ ନିମନ୍ତେ ୩ କୋଟି ଟଙ୍କା ଋଣ ଆଣିଥିଲେ। ଏଥି ପାଇଁ ଏହି କନିଷିଠାରେ ରାଳବ ମୌଜାସ୍ଥିତ ୨୦୦ ଡେସିମିଲ ଜାଗାରେ ଗଢି ଉଠିଥିବା ଡେଟମ ମୁଖ୍ୟ କାର୍ଯ୍ୟାଳୟକୁ ବନ୍ଧକ ରଖିଥିଲେ । ୨୦୧୮ରେ ଚିଟଫଣ୍ଡ କେଳେଙ୍କାରୀ ଘଟିବା ପରେ ଡାଟୁମ କମ୍ପାନୀ ପକ୍ଷରୁ ମଧ୍ୟ ୨୦୦ କୋଟିର ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ତଦନ୍ତ କରାଯାଇ କମ୍ପାନୀ ନିର୍ଦେଶକ ବ୍ରଜମୋହନ ପଟ୍ଟନାୟକ ଓ ତ୍ରିଧାରା ମହାନ୍ତିଙ୍କୁ ଗିରଫ କରିବା ସହ ବିଭିନ୍ନ ବ୍ୟାଙ୍କରେ ଜମାଥିବା ୧୦ କୋଟି ଟଙ୍କା ଫ୍ରିଜ୍ ସହ ଜମିଜମା ଓ କୋଠାବାଡ଼ିଗୁଡିକୁ ସିଜ୍ କରାଯାଇଥିଲା। ଦୀର୍ଘ ୪ ବର୍ଷ କାଳ ଉଭୟ ଜେଲରେ ରହିବା ପରେ ଏବେ ମୁକୁଳି ଥିଲେ। ଏହା ମଧ୍ୟରେ ବ୍ୟାଙ୍କ ପକ୍ଷରୁ ନିଆଯାଇଥିବା ଋଣ ପରିଶୋଧ ନିମନ୍ତେ ବ୍ୟାଙ୍କ ପକ୍ଷରୁ ଉଭୟଙ୍କୁ ବାରମ୍ବାର ନୋଟିସ ଜାରି କରିଥିଲେ। କିନ୍ତୁ ତାଙ୍କ ପକ୍ଷରୁ ଋଣ ପରିଶୋଧ କରା ଯାଇନଥିଲା। ଉଭୟ ଜାଗାକୁ ବ୍ୟାଙ୍କ ନିଜ ଅକ୍ତିଆରକୁ ଆଣିବା ପାଇଁ ଚଳିତ ମାସରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପାଇବା ପରେ ବୁଧବାର ୟୁନିଅନ ବ୍ୟାଙ୍କର ଅଧିକାରୀ ଓ ମାଜିଷ୍ଟ୍ରେଟ ଭାବେ କନିଷି ଅତିରିକ୍ତ ତହସିଲଦାର ସୋମେଶ ରଣବିଜୁଳିଙ୍କ ଉପସ୍ଥିତିରେ ଡେଟମ ମୁଖ୍ୟ କାର୍ଯ୍ୟାଳୟ ଓ କୋଳଥିଗାଁ ଥିବା ଜାଗାକୁ ବ୍ୟାଙ୍କ ନିଜ ଅକ୍ତିଆରକୁ ନେଇଛି। ଏହି ଅବସରରେ ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ଭାସ୍କର ଚନ୍ଦ୍ର ପଣ୍ଡା, କ୍ଷେତ୍ରୀୟ କାର୍ଯ୍ୟାଳୟ ମୁଖ୍ୟ ପ୍ରବନ୍ଧକ ଦୁର୍ଗାପ୍ରସାଦ ବେହେରା, ବରିଷ୍ଠ ପ୍ରବନ୍ଧକ ବ୍ରହ୍ମପୁର ମୁଖ୍ୟ ଶାଖା ଶିଶିର କୁମାର ମହାପାତ୍ର, ଲୋନ ଅଫିସର ଅଞ୍ଚଳ କାର୍ଯ୍ୟାଳୟ ଭୁବନେଶ୍ୱର ବି. କେ ପ୍ରଧାନ, ପୁଲିସ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories