www.samajalive.in
Monday, December 8, 2025
20.1 C
Bhubaneswar

ଉତ୍ତରାଖଣ୍ଡ ସୁଡ଼ଙ୍ଗ ଭୁଶୁଡ଼ିବା ଘଟଣା – ୨ ଘଣ୍ଟା ପରେ ଆରମ୍ଭ ହେବ ଉଦ୍ଧାର କାର୍ଯ୍ୟ

ଡେସ୍କ: ଉତ୍ତରାଖଣ୍ଡ ସିଲ୍କିରା ସୁଡ଼ଙ୍ଗ ଭୁଶୁଡ଼ିବା ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଛି ଏବଂ ପ୍ରାୟ ୬୭% ଅଗର ଡ୍ରିଲିଂ କରାଯାଇ ୪୫ ମିଟର ପର୍ଯ୍ୟନ୍ତ ପାଇପ୍ ଭର୍ତ୍ତି ହୋଇଥିବା ସରକାରୀ ଭାବେ ଜଣାପଡିଛି। ସେଠାରେ ୪୧ ଜଣ ଶ୍ରମିକ ଫସି ରହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶଦାତା ଭାସ୍କର ଖୁଲବେ କହିଛନ୍ତି ଯେ ପରବର୍ତ୍ତୀ ପର୍ଯ୍ୟାୟ କାର୍ଯ୍ୟ ଆଉ ଦୁଇ ଘଣ୍ଟା ମଧ୍ୟରେ ଆରମ୍ଭ ହେବ।

ଉତ୍ତରାଖଣ୍ଡ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ଖୁଲବେ କହିଛନ୍ତି ଯେ ମୁଁ ଆପଣଙ୍କୁ କହି ବହୁତ ଖୁସି ଯେ ଗତ ୧ ଘଣ୍ଟା ମଧ୍ୟରେ ଆମେରିକୀୟ ଓଗର୍ ମେସିନ୍ ସାହାଯ୍ୟରେ ଆଉ ୬ ମିଟର ଖୋଳା ଯାଇଛି। ସେ କହିଛନ୍ତି, ଆସନ୍ତା ୨ ଘଣ୍ଟା ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ କାମ ଆରମ୍ଭ ହେବ।

- Advertisement -

ପୂର୍ବ ଘୋଷଣା ମୁତାବକ ୩୯ ମିଟର ପାଇପଲାଇନ ପରେ ୬ ମିଟର ଅତିରିକ୍ତ ପାଇପଲାଇନ ସହିତ ୪୫ ମିଟର ପର୍ଯ୍ୟନ୍ତ ପାଇପ ଭର୍ତ୍ତି କରିବା କାର୍ଯ୍ୟ ଶେଷ ହୋଇଛି। ଟନେଲ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ମଧ୍ୟରେ ଥିବା ଗବର ସିଂ ନେଗି ଏବଂ ସାବ ଅହମ୍ମଦ ଅନ୍ୟମାନଙ୍କ ମନୋବଳ ବଢାଉଛନ୍ତି। ଫସି ରହିଥିବା ଶ୍ରମିକମାନେ ଯୋଗ ସୁଡ଼ଙ୍ଗ ଭିତରେ ଯୋଗ କରିବା ସହ କୀର୍ତ୍ତନ କରୁଛନ୍ତି ଓ ଚାଲୁଛନ୍ତି ଯାହାଦ୍ୱାରା ସେମାନଙ୍କର ମନୋବଳ ବୃଦ୍ଧି ପାଇବ।

ସରକାରଙ୍କ ଦ୍ୱାରା ପ୍ରକାଶିତ ଏକ ବିବୃତ୍ତି ଅନୁଯାୟୀ ଖାଦ୍ୟ ବଣ୍ଟନ ପାଇଁ ଦ୍ୱିତୀୟ ପାଇପ ଲାଇନ୍ ସଫଳ ଭାବେ କାର୍ଯ୍ୟ କରୁଛି ଓ ତାହା ମଧ୍ୟ ଦେଇ ରୋଟି, ସବଜୀ, ଖିଚିଡ଼ି, ଡାଲିଆ, କମଳା ଏବଂ କଦଳୀ ପଠାଯାଉଛି। ଏହାଛଡା ସେମାନଙ୍କ ପାଇଁ ଟି-ସାର୍ଟ, ଅନ୍ତଃବସ୍ତ୍ର, ଟୁଥପେଷ୍ଟ ଓ ସାବୁନ୍ ଇତ୍ୟାଦି ପଠାଯାଉଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories