www.samajalive.in
Sunday, December 14, 2025
26.1 C
Bhubaneswar

ଭାଗ୍ୟକୁ ଆଦରି ଭଙ୍ଗାଘରେ ଗୁରୁବାରି 

ଲଡୁଗାଁ: କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଇଲି ଗ୍ରାମର  ଗୁରୁବାରି ମାଝୀ । ତାଙ୍କୁ ଦଇବ  ଦାଉ ସାଧୁଛି ନା ଭାଗ୍ୟ  ପରୀକ୍ଷା ନେଉଛି। ତାଙ୍କୁ ଦେଖିଲେ ଏମିତି ଲାଗେ ଯେମିତି ଭଗବାନ ବୋଧେ ତାଙ୍କ ଭାଗ୍ୟରେ କେବଳ ଦୁଃଖକୁ ସାଇତି ଥିବା ବେଳେ ତା ଭାଗ୍ୟରେ ସୁଖ କିଛିଟା ରଖିବାକୁ ଭୁଲିଯାଇଥାନ୍ତି । ଗୋଟେ ଦୁଖୀ ଓ ଦିନଦରିଦ୍ର  ବୃଦ୍ଧା ଉପରେ କାହିଁକି ପଛକୁ ପଛ ଦୁଃଖ କଷ୍ଟର ପାହାଡ ଲଦିହୋଇଯାଏ । କଣ ଏ ମଣିଷ ସମାଜ ଓ ସୁପ୍ତପ୍ରାୟ ସରକାରଙ୍କ ରେ ଏଇ ନିୟମ । ଦୁଃଖୀ ମଣିଷ କେବଳ ଜୀବନ ସାରା ଦୁଃଖ ପାଇବ ? ଦୁଃଖର ପାହଡ ଯେପରି ଏହି ବୃଦ୍ଧାଙ୍କୁ ନିଜ ବୋଝ ତଳେ ଚାପିଦେଇଛି । ଓଳିଏ ଖାଇଲେ ୨ ଓଳି ଓପାସ ।  ସ୍ବାମୀ ଓ ପୁଅ ୨୦ ବର୍ଷ ତଳେ ଆର ପାରିକୁ ଚାଲିଗଲେ ଏବେ ଗୁରୁବାରି ପରିବାର କହିଲେ କେହି ନାହାନ୍ତି। ସ୍ବାମୀ ପୁଅକୁ ହରାଇ ଅନ୍ୟଘରେ କାମ କରି ଯିଏ ଯାହା ଦେଲେ ତା ପେଟ ପାଟଣା କରିଥାଏ।ଖରା ବର୍ଷାରେ ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଟିଏ ମଧ୍ୟ ନାହିଁ । ଘର ଗୋଟେ ପଟ କାନ୍ଥ ଭୁଶୁଡ଼ି ଅନାବନା ଗଛ ଉଠିଲାଣି।ଯେଉଁ ଭଙ୍ଗା ରୁଜା ଘର ବଖରାଏଟିଏ ଅଛି ତାର ଅବସ୍ଥା ଆପଣମାନେ ଦେଖିଲେ ହିଁ ଜାଣିପାରିବେ ଏବଂ ଏଠି କହିରଖିବାକୁ ଚାଁହୁଛୁ କି ଗୁରୁବାରି ହେଉଛନ୍ତି ସେଇ ଗାଁ ର ମଣିଷ ଯେଉଁ ଗାଁ ଏବେ ବି ସରକାରୀ ଯୋଜନା କୁ ନେଇ ବାରମ୍ବାର ଅବହେଳାର ଅଭିଯୋଗ ଆସେ । ଯେମିତି ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଯୋଗୁଁ ସରକାରୀ ଯୋଜନା ଏଠି ବ୍ୟାଧି ର ଗାଁ ରୂପେ ସବୁଆଡେ ଚର୍ଚିତ ହୋଇ ରହିଛି ।
ଆଉ ୟାଠାରୁ ବଡ଼ ଦୁଃଖ ର କଥା ହେଉଛି ଯେ ଗୁରୁବାରି ଆବାସ ଯୋଜନା ପାଇବା ପାଇଁ ଯୋଗ୍ୟ  ଥାଇ ମଧ୍ୟ ଆଜି ଯାଏଁ ବି ତାଙ୍କୁ ମିଳିନି ଘର । ବାରମ୍ବାର ସରପଞ୍ଚ ଓ ପ୍ରଶାସନିକ ଅଧିକାରୀଙ୍କ ହାତ ଗୋଡ ଧରିଲେ ମଧ୍ୟ କେହି ଥରେ ନଜର ଦେଇନାହାନ୍ତି ଏ ନିସହାୟ ବୃଦ୍ଧା ଉପରକୁ ।  ପକ୍କା ଘର ଯୋଜନା ଯେମିତି ତାଙ୍କ ପାଇଁ ସାତସପନ ପାଲଟିଛି । ପ୍ରକୃତ ହିତାଧିକାରୀ ହୋଇ ମଧ୍ୟ କାହିଁକି ବାରମ୍ବାର ଯୋଗ୍ୟ ହିତାଧିକାରୀଙ୍କ ତାଲିକାରୁ ବାଦ୍ ପଡିଛନ୍ତି ଏଇ ଅସହାୟ  ବୃଦ୍ଧା । ଗୁରୁବାରିଙ୍କ ସମ୍ପତ୍ତି କହିଲେ ଖଣ୍ଡେ ଦିଖଣ୍ଡ ଭଙ୍ଗା ଦଦରା ଟିଣ ବାକ୍ସ ଆଉ ଅଧା ଖଣ୍ଡିଆ ଭଙ୍ଗା ଘର ଛଡା ଆଉ କିଛି ନାହିଁ ତାଙ୍କ ପାଖରେ । ଆଉ ଏଭଳି  ଆଜି ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଜାଣି ମନରେ ପ୍ରଶ୍ନ ଉଠେ ସରକାରଙ୍କ ଏ ବିଚିତ୍ର ବ୍ୟବସ୍ଥା ଉପରେ ।ଏବେ ସରକାର ଦୁଖୀ ଦରିଦ୍ରଙ୍କ ପାଇଁ ବହୁ ସହାୟକ ଯୋଜନା ମାନ କରିଥିଲେ ବି କେଉଁଠି ନା କେଉଁଠି  ଉଚିତ ହିତାଧିକାରୀ ଏଗୁଡିକରୁ ବଞ୍ଚିତ ହେଉଛନ୍ତି । ତେବେ ଯଦି ସ୍ଥାନୀୟ ପ୍ରଶାସନ ଏ ଦୁଖୀ ପରିବାର ଉପରେ ଟିକେ ଦୃଷ୍ଟି ପକାନ୍ତେ ତେବେ ହୁଏତ କିଛିଟା ସୁଧାର ଆସି ପାରନ୍ତା ଏଇ ଦୁଖୀ ଗୁରୁବାରି ଙ୍କ ପରିସ୍ଥିତିରେ।
ବେଳେ ବେଳେ ନିଜ ଭାଗ୍ୟକୁ କୋଷି ଲୁଚି ଲୁଚି କାନ୍ଦନ୍ତି ଗୁରୁବାରି । ଆଉ କାଳିଆ ଠାକୁରଙ୍କୁ ଜଣାନ୍ତି -” କଣ ଆମ ପାଇ ତୋର ଏଇ ନ୍ୟାୟ ବିଚାର । କଣ  ଭୁଲ ମୁଁ କରିଥିଲି? ଏତେ ହିନସ୍ତା କାହିଁକି କରାଉଛୁ କାଳିଆ । କାହିଁକି ତୁ ଆମ ବେଳକୁ ଆଖି ବୁଜିଦେଇଛୁ।” ଏପଟେ ସୁପ୍ତପ୍ରାୟ ସ୍ଥାନୀୟ ଜନ ପ୍ରତିନିଧି ଓ  ହୁଗୁଳା ପ୍ରଶାସନ ଦେଖି ଦେଖି ଅଣଦେଖା କରିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସରକାରୀ ଆବାସ ଯୋଜନା ଏକ ପ୍ରହସନ ବୋଲି ପ୍ରମାଣିତ ହୋଇଛି ।  ଗରିବ ଅବହେଳିତ ଆଦିବାସୀ ବୃଦ୍ଧା ଗୁରୁବାରିଙ୍କ ପ୍ରତି ସରକାରି ବାବୁ ସାହେବ ଅଧିକାରୀ ଦୃଷ୍ଟି ଦେଇ ତାଙ୍କୁ ଅତିଶିଘ୍ର ଆବାସ ଯୋଜନା ଅନ୍ତର୍ଭୁକ୍ତ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି ।

Hot this week

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

Related Articles

Popular Categories