www.samajalive.in
Monday, December 8, 2025
17.1 C
Bhubaneswar

ଦିଲୀପଙ୍କ ରାସ୍ତାରେ ବିଜୟ !

ଭୁବନେଶ୍ୱର : ଦୀର୍ଘ ଅଢ଼େଇବର୍ଷ ଧରି ବିଜେପିରେ ଅଲୋଡା ହୋଇ ପଡିଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ରାଉରକେଲା ବିଜେପି ବିଧାୟକ ଦିଲୀପ ରାୟଙ୍କ ରାସ୍ତାରେ ଯିବା ଏକପ୍ରକାର ସ୍ପଷ୍ଟ ହୋଇଛି। ଶୁକ୍ରବାର ଦିଲୀପ ଉଭୟ ବିଧାୟକ ପଦ ଓ ବିଜେପି ଛାଡିବାକୁ ଯାଉଥିବାବେଳେ ବିଜୟ ମଧ୍ୟ ଦଳ ଛାଡିବାକୁ ବସ୍ତୁତଃ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଶୁକ୍ରବାର ପୂର୍ବାହ୍ନରେ ଉଭୟ ନେତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବାର ରହିଛି। ଏହି ବୈଠକ ପରେ ବିଜୟ ଦଳ ଛାଡ଼ିବାର କାରଣ ଓ ଉଭୟଙ୍କ ଆଗାମୀ ରଣନୀତି କ’ଣ ହେବ ତାହା ଜଣାଇବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ୨ବର୍ଷ ହେଲା ରାଜ୍ୟରେ ବିଜେପି ପକ୍ଷରୁ ଯେତେସବୁ କାର୍ଯ୍ୟକ୍ରମ ହୋଇଛି ସେଥିରେ ଏହି ଦୁଇ ନେତାଙ୍କୁ ଗୁରୁତ୍ୱ ଦିଆଯାଇନାହିଁ। ଏମିତିକି ଏହି ଦୁଇ ହେଭିୱେଟ୍‍ ନେତାଙ୍କୁ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଓ ଅମିତ ଶାହାଙ୍କ ବିଭିନ୍ନ ବୈଠକକୁ ମଧ୍ୟ ଡକା ଗଲାନାହିଁ। ଏହି ଅସନ୍ତୋଷକୁ ନେଇ ବିଜୟ ପ୍ରାୟତଃ ଦଳ ଛାଡିବାକୁ ମନସ୍ଥ କରୁଥିବା ଆଲୋଚନା ହେଉଛି।
ଏ ସମ୍ପର୍କରେ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ ବିଜେପି ହେଉଛି ଜାତୀୟ ଦଳ ଓ ମହାସାଗର। ଦିଲୀପ ବାବୁ କେଉଁ କାରଣରୁ ଦଳ ଛାଡିବେ ତାହାର ଉତ୍ତର ମୋ ପାଖରେ ନାହିଁ, ସେ ହିଁ ଭଲ ଭାବେ କହିପାରିବେ। ଦଳର ଉପରିସ୍ଥ ନେତୃବୃନ୍ଦ ଏନେଇ ନିଷ୍ପତ୍ତି ନେବେ। ତେବେ ବିଜେପି ଏକ ରାଷ୍ଟ୍ରୀୟ ଦଳ, କିଏ ଦଳ ଛାଡିବ ଏବଂ କିଏ ଦଳରେ ମିଶିବ ତା’ଦ୍ୱାରା ଦଳକୁ କିଛି ଫରକ ପଡିବନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories