www.samajalive.in
Monday, December 8, 2025
27.1 C
Bhubaneswar

ପ୍ରିୟଙ୍କାଙ୍କ ବିବାହ ପ୍ରସ୍ତୁତି

ନଭେମ୍ବର ୨୯ରୁ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି। ନିକଟରେ ନିଜ ଆଗାମୀ ଚଳଚ୍ଚିତ୍ର ‘ଦ ସ୍କାଏ ଇଜ୍ ପିଙ୍କ୍’ର ସୁଟିଂ ଶେଷ କରି ବିବାହ ପ୍ରସ୍ତୁତି ନିଜେ କରିବା ସହ ମେହେନ୍ଦୀରେ ମଧ୍ୟ ଯୋଗ ଦେଇଛନ୍ତି ଏଇ ପୂର୍ବତନ ବିଶ୍ବସୁନ୍ଦରୀ। ରାଜସ୍ଥାନରୁ ନିତେଶ୍ ଅଗ୍ରୱାଲ୍ ମେହେନ୍ଦୀୱାଲାଙ୍କ ନିକଟରୁ ୫ କିଲୋ ମେହେନ୍ଦୀ ବରାଦ୍ ହୋଇଛି। ଏଇ ମେହେନ୍ଦୀ ଦୋକାନର ବିଶେଷତ୍ବ ହେଲା ବଚ୍ଚନ ପରିବାରର ପ୍ରତ୍ୟେକ ବିବାହରେ ଏଇଠାରୁ ମେହେନ୍ଦୀ ଯାଇଥାଏ। ଅମିତାଭ ବଚ୍ଚନଙ୍କ ଝିଅ ଶ୍ବେତା ବଚ୍ଚନ, ବୋହୂ ଐଶ୍ବର୍ଯ୍ୟା ରାୟ ବଚ୍ଚନ ସମସ୍ତେ ଏଇ ରାଜସ୍ଥାନୀ ମେହେନ୍ଦୀ ବିବାହ କିମ୍ବା ଅନ୍ୟାନ୍ୟ ଉତ୍ସବରେ ହିଁ ଲଗାଇଥାନ୍ତି। ଯୋଧପୁରର ଉମ୍ମୈଦ ଭବନରେ ସମ୍ପନ୍ନ ହେବାକୁ ଥିବା ଏଇ ବର୍ଣ୍ଣାଢ଼୍ୟ ବିବାହରେ ଉଭୟ ବିଦେଶୀ ଓ ରାଜସ୍ଥାନୀ ଖାଦ୍ୟ ଅତିଥିଙ୍କୁ ପରଷାଯିବ। ପ୍ରିୟଙ୍କାଙ୍କ ମା ଓ ଭାଇ ଏସବୁ ବ୍ୟକ୍ତିଗତ ଭାବେ ତଦାରଖ କରୁଛନ୍ତି। ଅତିଥିଙ୍କୁ ଯେଭଳି କୌଣସି ଅସୁବିଧା ନ ହୁଏ, ​‌େ​‌ସ ନେଇ ଝିଅ ଘର ଲୋକେ ଖୁବ୍ ସତର୍କ। ସମସ୍ତ ପ୍ରକାର ରାଜସ୍ଥାନୀ ବ୍ୟଞ୍ଜନକୁ ସେଠାର ନାମୀ ସେଫ୍ ପ୍ରସ୍ତୁତ କରିବେ। ଡିସେମ୍ବର ୨ରେ ଯଦିଓ ପ୍ରିୟଙ୍କା-ନିକ୍‌ଙ୍କ ବିବାହ ସମ୍ପନ୍ନ ହେବ, କିନ୍ତୁ ପ୍ରାକ-ପ୍ରସ୍ତୁତିରେ ଭୋଜନର ମୁଖ୍ୟ ଭୂମିକା ରହିଛି। ଏଣୁ ଏ ବାବଦରେ ପ୍ରିୟଙ୍କାଙ୍କ ପରିବାର ଲୋକ ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି କରୁଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories