www.samajalive.in
Wednesday, December 10, 2025
26.1 C
Bhubaneswar

ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ) କାର୍ଯ୍ୟାଳୟରେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର: ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ) ଓ ପ୍ରମୁଖ ମୁଖ୍ୟ ବିଦ୍ୟୁତ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ଶକ୍ତି ଓ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଶାଲ କୁମାର ଦେବ। ବିଦ୍ୟୁତ ଶୁଳ୍କ ଆଦାୟ ଲକ୍ଷ୍ୟ ଓ ଲକ୍ଷ୍ୟ ହାସଲ ଓ ଏକକାଳୀନ ବକେୟା ଆଦାୟ (ଓଟିଏସ୍‌) ସମ୍ପର୍କିତ ତଥ୍ୟର ସମୀକ୍ଷା କରିଛନ୍ତି । ବକେୟା ଦେୟ ନେଇ ବିଭିନ୍ନ କୋର୍ଟରେ ଚାଲିଥିବା ମାମଲା ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ। ଏ ନେଇ ଇଆଇସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଓ ଉଲ୍ଲେଖନୀୟ ଉପଲବ୍ଧି ସମ୍ପର୍କରେ ଇଆଇସି (ବିଦ୍ୟୁତ) ତଥ୍ୟ ରଖିଥିଲେ।

ବୈଦ୍ୟୁତିକ ନିରାପତ୍ତା ନିରୀକ୍ଷଣ, ଶକ୍ତି ସଂରକ୍ଷଣ, ବିଦ୍ୟୁତ ନିରାପତ୍ତା ପ୍ରସଂଗରେ ମଧ୍ୟ ଆଲୋଚନା କରିଥିଲେ। ବିଦ୍ୟୁତ ନିରାପତ୍ତା ଓ ଶକ୍ତି ସଂରକ୍ଷଣ ନେଇ ଚାଲିଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା। କାର୍ଯ୍ୟାଳୟ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ସେବା ସମ୍ପର୍କରେ ମଧ୍ୟ ପ୍ରମୁଖ ଶାସନ ସଚିବ ସମୀକ୍ଷା କରିଥିଲେ । ତ୍ୱରିତ ସେବା ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

- Advertisement -

କାର୍ଯ୍ୟାଳୟ ପକ୍ଷରୁ ବୈଦ୍ୟୁତିକ ଉପକରଣ ପରୀକ୍ଷଣ ଓ ସାର୍ଟିଫିକେଟ ପ୍ରଦାନ କରାଯାଉଥିବାବେଳେ ଏହାର କିପରି ଆହୁରି ସରଳୀକରଣ କରାଯାଇପାରିବ ଏବଂ ରାଜ୍ୟରେ ଏକାଧିକ ଟେଷ୍ଟିଂ ଲାବୋରେଟୋରୀ ଖୋଲାଯାଇ ପାରିବ, ସେ ନେଇ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଥିଲୋ ତ୍ୱରିତ ବୈଦ୍ୟୁତିକ ନକ୍ସା ଅନୁମୋଦନ ଓ ବୈଦ୍ୟୁତିକ ସୁରକ୍ଷା ଯାଞ୍ଚ ପ୍ରମଣ ପତ୍ର ପ୍ରଦାନ ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ୱାର୍କମ୍ୟାନ ପରମିଟ ଓ ସୁପରଭାଇଜର ସାର୍ଟିଫିକେଟ କମ୍ପିଟେନ୍ସି ପରୀକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ବର୍ତ୍ତମାନ ସମୟରେ ଅତ୍ୟାଧୁନିକ ବିଦ୍ୟୁତ ଭିତ୍ତିଭୂମି ନିର୍ମାଣ ସାଙ୍ଗକୁ ନିରନ୍ତର ଗୁଣାତ୍ମକ ବିଦ୍ୟୁତ ଯୋଗାଣ ପାଇଁ ବହୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ବହୁତ ମାନବସମ୍ବଳ ଦରକାର ପଡ଼ୁଥିବାବେଳେ ବର୍ଷକୁ ଥରୁଟିଏ ବଦଳରେ ଏକାଧିକ ଥର ଏହି ପରୀକ୍ଷାର ଆୟୋଜନ କରିବା ପାଇଁ ପ୍ରମୁଖ ଶାସନ ସଚିବ କହିଥିଲେ। ଅନଲାଇନ ପରୀକ୍ଷା ପାଇଁ ମୋଡ୍ୟìଲ ପ୍ରସ୍ତୁତି କରିବା ପାଇଁ ମଧ୍ୟ ସେ କହିଥିଲେ।

୨୦୨୨ରେ ମୋଟ ୪୦୦୩ ୱାର୍କମ୍ୟାନ ପରମିଟ ପରୀକ୍ଷା ପାସ୍‌ କରିଥିବାବେଳେ ସୁପରଭାଇଜର ସାର୍ଟିଫିକେଟ କମ୍ପିଟେନ୍ସି ପରୀକ୍ଷାରେ ୩ଶହରୁ ଅଧିକ ପିଲା ପାସ୍‌ କରିଥିବା ନେଇ ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ) ସୁରେଶ ଚନ୍ଦ୍ର ମହାରଣା ସୂଚନା ଦେଇଥିଲେ। ଆଇଟିଆଇ ଇଲେକ୍‌ଟି୍ରିକାଲ ପାସ୍‌ କରିଥିବା ୱାର୍କମ୍ୟାନ ପରିମିଟ ଛାଡ଼ ହେବାର ବ୍ୟବସ୍ଥା ଥିବାରୁ ଏହାକୁ ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ଏହି ସୁବିଧା ଉପଲବ୍ଧ କରିବା ପାଇଁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଥିଲେ। ଏହା ସହିତ ବିଭାଗ ପକ୍ଷରୁ ଗତ ବର୍ଷ କ୍ରୟ ହୋଇଥିବା ବିଭିନ୍ନ ପରୀକ୍ଷଣ ଉପକରଣ ଓ ଚଳିତ ଆର୍ଥକ ବର୍ଷରେ ଉପକରଣ କ୍ରୟ ଲକ୍ଷ୍ୟ ସମ୍ପର୍କରେ ମଧ୍ୟ ଶ୍ରୀ ମହାରଣା ତଥ୍ୟ ରଖିଥିଲେ।
ଏହି ବୈଠକରେ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ଓ ଇଆଇସିଙ୍କ କାର୍ଯ୍ୟାଳୟର ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories